ଝିଅକୁ କମେଣ୍ଟ ନମାରିବାକୁ ବାରଣ କରିବାରୁ ଚାଲିଗଲା ବାପାର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ । ସୁଚନା ଅନୁସାରେ ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାଇଙ୍କ ଝିଅ ପ୍ରତିଦିନ ପରଜଙ୍ଗ କଲେଜକୁ ପାଠ ପଢିବାକୁ ଯାଉଥିବା ସମୟରେ ଉକ୍ତ ଗ୍ରାମର ଯୁବକ ମାନେ ତାଙ୍କୁ ସବୁବେଳେ କମେଣ୍ଟ ମାରନ୍ତି ।
ତେବେ ଏହି ଘଟଣା ବିଷୟରେ ଯୁବତୀ ଜଣଙ୍କ ତାଙ୍କ ଘରେ ଜଣାଇବା ପରେ ଯୁବତୀଙ୍କ ଭାଇ ମୋହନ ବାଇ ସେହି ଯୁବକ ମାନଙ୍କୁ କମେଣ୍ଟ ନମାରିବା ପାଇଁ କହିଥିଲେ । ହେଲେ ଏହି କଥା କୁ କେନ୍ଦ୍ର କରି ଦୁଇ ଗୋଷ୍ଠିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଏଥିରେ ଉତ୍ତ୍ୟକ୍ତ ଯୁବକମାନେ ଭାଇ ମୋହନ ବାଇଙ୍କୁ ଆକ୍ରମଣ କରିଥିଲେ ଖବର ପାଇ ମୋହନଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପୁଅକୁ ରକ୍ଷା କରିବାକୁ ଯାଇଥିଲେ । ମାତ୍ର ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ସମ୍ପୃକ୍ତ ଯୁବକ ଏବଂ ସହଯୋଗୀ । ଘଟଣାସ୍ଥଳରେ ହିଁ ପୂର୍ଣ୍ଣଚନ୍ଦ୍ର ଓ ମୋହନ ଗୁରୁତର ହୋଇପଡ଼ିଥିଲେ । ତେବେ ପରିବାର ଲୋକେ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବେଳେ ବାଟରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛି ।
