କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ନେଇ ସିଏମ୍ସି ପକ୍ଷରୁ ଗଠନ ହେଲା ସ୍ୱତନ୍ତ୍ର ଟିମ

କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ନେଇ ସିଏମ୍ସି ପକ୍ଷରୁ ଗଠନ ହେଲା ସ୍ୱତନ୍ତ୍ର ଟିମ

ଦୀର୍ଘ ୧୧ ମାସ ପରେ ମହାମାରୀ କରୋନାର ଆଉ ଏକ ଲହରୀ ଦେଶରେ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସିଏମ୍‌ସି ଓ କମିଶନରେଟ୍ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି ପରିପେକ୍ଷୀରେ କୋଭିଡ୍ ଗାଇଡ୍‌ଲାଇନ୍ସ ଜାରୀ କରିଛି କଟକ ମହାନଗର ନିଗମ (ସିଏମ୍‌ସି)। ଯାହାଫଳରେ ଦୋକାନ, ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀ ମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି ଏବଂ ଏହି  ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କଟକ ପୁଲିସ ପକ୍ଷରୁ କରୋନା ସମ୍ବନ୍ଧୀୟ କଟକଣା ଜାରି କରାଯାଇଛି । କଟକ ସହରରେ କମିଶନରେଟ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ପିସିଆର୍ ଯୋଗେ ମାଇକ୍‌ରେ ପ୍ରଚାର କରାଯିବ । ଏ ନେଇ ସିଏମ୍‌ସି ୨ଟି ଟିମ୍ ଗଠନ କରିଛି। ସେହିପରି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ମଧ୍ୟ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି

Leave a Reply

Your email address will not be published. Required fields are marked *