କାର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ହାତୀ ମଡ଼କରେ ନିଲମ୍ବିତ ହେଲେ –

କାର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ହାତୀ ମଡ଼କରେ ନିଲମ୍ବିତ ହେଲେ –

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ମାତ୍ର ୧୫ ଦିନ ଭିତରେ ୭ ଟି ହାତୀଙ୍କ ମୃତ୍ୟୁ ପୁରା ରାଜ୍ୟର ଚିନ୍ତା ବଢାଇଥିବା ବେଳେ କାହିଁକି ଗୋଟିଏ ପରେ ଗୋଟିଏ ହାତୀ ମରୁଛନ୍ତି ତାକୁ ନେଇ ତଦନ୍ତ କରିବାକୁ କେନ୍ଦ୍ରୀୟ ଟିମ୍ ମଧ୍ୟ ଓଡ଼ିଶା ଆସିଥିଲା । ଗତକାଲି କେନ୍ଦ୍ରୀୟ ଟିମ୍ କାର୍ଲାଫାଟରେ ତଦନ୍ତ ସାରି ଫେରିଥିବା ବେଳେ ରିପୋର୍ଟରେ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏହି ଭଳି ରାଜ୍ୟରେ ୭ଟି ହାତୀ ପ୍ରାଣ ହରାଇଥିବା ସୂଚାଇଛନ୍ତି । 

ଯାହାକୁନେଇ କର୍ତ୍ତବ୍ୟ ରେ ଅବହେଳା ଯୋଗୁ କାର୍ଲାପାଟ ଅଭୟାରଣ୍ୟ ପ୍ରାଣୀଧନ ନୀରିକ୍ଷକ ଗଣେଷ ପୂଜାରୀଙ୍କୁ ନିଲମ୍ବନ କରାଯାଇଛି । ହାତୀ ମାନଙ୍କ ମୃତ୍ୟୁ ଭୂତାଣୁ ସଂକ୍ରମଣ ରୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଠିକ୍ ସମୟରେ ପଦକ୍ଷପ ଗ୍ରହଣ କରାଯାଇଥିଲେ ଏହା ଅନ୍ୟ ହାତୀ ମାନଙ୍କୁ ସଂକ୍ରମଣ ହୋଇନଥାନ୍ତା ଯାହାଫଳରେ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା ବୋଲି କେନ୍ଦ୍ରୀୟ ଟିମ୍ ନିଜ ତଦନ୍ତେ ରିପୋର୍ଟରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *