ଦୀର୍ଘ ୧୧ ମାସ ପରେ ମହାମାରୀ କରୋନାର ଆଉ ଏକ ଲହରୀ ଦେଶରେ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ରବିବାରଠାରୁ କମିଶନରେଟ୍ ପୋଲିସ ପୁଣି ଆକ୍ସନ୍ ନେବା ଆରମ୍ଭ କରିଛି ।
ଏପରିକି କରୋନା ନିୟମ ପୁଣି କଡ଼ାକଡ଼ି ପାଳନ ହେବ ବୋଲି ଡିସିପି ଉମା ଶଙ୍କର ଦାସ ରବିବାର କହି ସାରିଛନ୍ତି । ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକ୍ଷେତ୍ରରେ ସାମାଜିକ ଦୂରତାକୁ ମାନିବା ସହ ହାତ ସାନିଟାଇଜ୍ କରିବା ଏବଂ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ତେବେ ଏହାରି ଭିତରେ ଭୁବନେଶ୍ୱର ଆର୍ଟିଓ ଅଫିସ ପାଇଁ ଡ୍ରାଇଭିଂ ଟେଷ୍ଟ ବେଳେ ନିୟମ କୁ ଖୁଲମଖୋଲା ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ନା ଅଛି ସାମାଜିକ ଦୂରତା ନା ଅଛି ମୁହଁ ରେ ମାସ୍କ ।ତେବେ ଏପରି ପରିସ୍ଥିତିକୁ ରକ୍ଷା କରିବା ପାଇଁ ଆର.ଟି.ଓ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି ।
ତେବେ ପଡ଼ୋଶୀ ରାଜ୍ୟରେ କରୋନାର ପୁନଃ ସଂକ୍ରମଣ ବଢୁଥିବା ବେଳେ । ଓଡ଼ିଶାରେ ବଜାରଘାଟ, ମେଳା,ମହୋତ୍ସବ, ବିବାହ ବ୍ରତଘର ଏପରିକି ସରକାରୀ ଅଫିସ୍ ମାନଙ୍କରେ ମଧ୍ୟ ଏହା କରୋନା କଟକଣାକୁ ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳୁଛି ।
