ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମକୁନ୍ଦପୁର ଗ୍ରାମରେ । ସୂଚନା ଅନୁସାରେ, ଗତକାଲି ରାତିରେ ମକୁନ୍ଦପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ଘରେ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ଏହି ନିଆଁ ଚାରିଆଡେ ବ୍ୟାପିଯାଇଥିଲା । ଏହି ଅଗ୍ନିକଣ୍ଡରେ ଘରର ସମସ୍ତ ଆସବବାପତ୍ର ପୋଡି ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ଏଭଳି ଆକସ୍ମିକ ଘଟଣାରେ ସର୍ବସ୍ୱ ହରାଇଥିବା ପରିବାରକୁ କ୍ଷତିପୂରଣ ଦିଆଯିବା ନେଇ ଗ୍ରାମବାସୀ ଦାବି କରିଛନ୍ତି ।
