ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ, 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ

ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ, 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ

ସାନପୁଅକୁ ମାରି ପୋତି ଦେଇଥିଲେ ମା ଓ ବଡପୁଅ  । 11 ଦିନ ପରେ ପଦାକୁ ଆସିଲା ଘଟଣାର ସତ  । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁର ପୋଖରୀ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା  । ବାଲେଶ୍ୱର ସୋରର ବାହାନଗା ଇଚ୍ଛାପୁର ପୋଖରୀ ନିକଟରେ ଜଣେ 22 ବର୍ଷୀୟ ସାନ ପୁଅକୁ 11 ଦିନ ତଳେ ମାରି ଘରେ ପୋତିଦେଇଥିଲେ ଉଭୟ ମା ଏବଂ ବଡ଼ ପୁଅ । ଗତ 12 ତାରିଖ ରାତି 11 ଟା ସମୟରେ ସାନପୁଅ ମଦ ପିଇ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ମା ଏବଂ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବଚସା ଉଗ୍ରରୂପ ଧାରଣ କରିବା ପରେ ମା ଶୁକୁରୀ ଜେନା  ଏବଂ ବଡ଼ପୁଅ ଜଗବନ୍ଧୁ ଜେନା ମଦ୍ୟପ ସାନପୁଅକୁ ଶାବଳରେ ଆକ୍ରମଣ କରିଥିଲେ  ।  ଫଳରେ ଘଟଣାସ୍ଥଳରେ ସାନପୁଅ ବଳରାମ ଜେନାଙ୍କ ମୃତ୍ୟୁ ଘଟିଥିଲା ।

ବଳରାମର ମୃତ୍ୟୁ ପରେ ତାକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ  ମା ଓ ବଡପୁଅ । 11 ଦିନ ପରେ ଭାଇର ପିଣ୍ଡ ଶ୍ରାଦ୍ଧ କରି ଫେରିଥିଲା ବଡ଼ ଭାଇ ଜଗବନ୍ଧୁ । ପରେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମା ଏବଂ ବଡ଼ ପୁଅକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *