କେନ୍ଦ୍ରାପଡା ରାଜକନିକା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଦାଦାବଟି ଆଦାୟ, ଲୁଟପାଟ କରୁଥିବା 5 ଡକାୟତଙ୍କୁ ଗିରଫ କରିଛି ପୋଲିସ । 5 ଡକାୟତଙ୍କ ମଧ୍ୟରୁ 2ଜଣ ନାବାଳକ ଅଛନ୍ତି ।
କଟକ ଚାନ୍ଦବାଲି ରାସ୍ତାର ଗଂଜା ଘାଟ ନିକଟରେ ବାଲି ବୋଝେଇ ହଇୱାକୁ ଅଟକାଇ ଦାଦା ବଟି ଆଦାୟ କରୁଥିଲେ କିଛି ଡକାୟତ । ଏହା ସହ ବିଭିନ୍ନ ସମୟରେ ଲୁଟପାଟ କରି ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଭୟ ସୃଷ୍ଟି କରୁଥିବା 5ଡକାୟତଙ୍କୁ ରାଜକନିକା ପୋଲିସ ଗିରଫ କରିଛି । 5 ଡକାୟତଙ୍କ ମଧ୍ୟରୁ 3ଜଣ ସାବଳକ ଥିବା ବେଳେ 2ଜଣ ନାବାଳକ ରହିଛନ୍ତି । ସେମାନେ ହେଲେ ସୁଜିତ କୁମାର ନାୟକ. ରାଜେନ୍ଦ୍ର ସାହୁ ଓ ଧରଣୀ ଧର ବେହେରା । ସେମାନଙ୍କ ଠାରୁ ଗୋଟିଏ ବୋଲେରୋ ଗାଡି, ଦୁଇଟି ବାଇକ, ଗୋଟିଏ ଖଣ୍ଡା ସହ ମୋବାଇଲ ଓ ଏକ ହଜାର ଟଙ୍କା ଜବତ କରାଯାଇଛି । ଏମାନଙ୍କ ନାଁରେ ଆଗରୁ ଏକାଧିକ ମାମଲା ରହିଥିବା ଆଡିସନାଲ ଏସପି କହିଛନ୍ତି ।
