ଜଣେ ଚାଷୀ ଯିଏକି ତିଆରି କରିଛନ୍ତି ଏକ ଡାକ୍ତରଖାନା

ଜଣେ ଚାଷୀ ଯିଏକି ତିଆରି କରିଛନ୍ତି ଏକ ଡାକ୍ତରଖାନା

ସେ ଥିଲେ ଜଣେ ସାଧାରଣ ଚାଷୀ । ପରିସ୍ଥିତି ତାଙ୍କୁ ସଜାଇଦେଲା ଏକ ଆମ୍ବୁଲାନ୍ସ ଡ୍ରାଇଭର ଭାବେ । ବିଗତ 20 ବର୍ଷ ଧରି ଦୁର୍ଗମ ଗାଁରୁ 4 ହଜାର ରୁ ଅଧିକ ରୋଗୀ ଙ୍କୁ ହସ୍ପିଟାଲ ରେ ଭର୍ତ୍ତି ସହିତ ନୂଆ ଜୀବନ ଦେଇ ଥିବା ଏଭଳି ବ୍ୟକ୍ତି ଜଣଙ୍କ  ହେଉଛନ୍ତି ପଶ୍ଚିମବଙ୍ଗ ଦୁର୍ଗମ ଚା ବଗିଚା ଭିତରେ ଥିବା ଛୋଟ ଏକ ଗାଁ ର ବାସିନ୍ଦା କରିମୂଲ ହକ । ପଶ୍ଚିମବଙ୍ଗ ଚା ବଗିଚା ର ଏକ ଅଗମ୍ୟ ଗାଁ ଧଳାବାରିର ଏହି ଚାଷୀ  କରିମୂଲ  4 ହଜାର ରୋଗୀଙ୍କୁ ଠିକ ସମୟରେ ଡାକ୍ତରଖାନା ରେ ପହଞ୍ଚାଇ ସେମାନଙ୍କ ଜୀବନ ରକ୍ଷା କରାଇଛନ୍ତି । କରିମୂଲ ଙ୍କୁ ଏବେ ସମସ୍ତେ ଆମ୍ବୁଲାନ୍ସ ଦାଦା ବୋଲି ଡାକୁଛନ୍ତି ।  2017 ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରିମୂଲ ହକ ନିଜ ଗାଁ ଲୋକଙ୍କ ସହ ଏକାଠି ହୋଇ  ଏବେ ସେଠାରେ ଏକ ହସ୍ପିଟାଲ ନିର୍ମାଣ  କରିଛନ୍ତି । କହିଛନ୍ତି ଡାକ୍ତରଖାନା ଯାଇପାରୁନଥିବା ଲୋକଙ୍କ ଠାରୁ ମୁଁ ମାତ୍ର ଗୋଟିଏ ଫୋନ କଲ ର ଦୂରତା ରେ ହିଁ ଅଛି । ରୋଗୀ ଙ୍କ ଠାରୁ ଖବର ପାଇବା ମାତ୍ରେ ସେ  ତୁରନ୍ତ ରୋଗୀର ଦ୍ୱାର ମୁହଁରେ ପହଞ୍ଚି ଯାଇଥାନ୍ତି ।  ଏହି ବାଇକ ଦାଦା ଙ୍କ ସଂଘର୍ଷ କାହାଣୀ କୌଣସି ଏକ ଉଚ୍ଚକୋଟୀର ସିନେମା ର କାହାଣୀ ଠାରୁ ବି ଅଧିକ ରୋମାଂଚକର ଓ ଅଶ୍ରୁଳ । 1995 ର ଏକ ବିଳମ୍ବିତ ରାତି ଥିଲା ।  କରିମୂଲ ଙ୍କ ମା ଙ୍କୁ ହେଲା ହୃଦଘାତ । କରିମୂଲ ଗାଁର ବାଇକ ଥିବା ପ୍ରତ୍ୟେକ ଙ୍କ ଘରକୁ ଯାଇ ନେହୁରା ହେଲେ ତାଙ୍କ ମା ଙ୍କୁ କେହିଜଣେ ମେଡ଼ିକାଲ ପର୍ଯ୍ୟନ୍ତ ନେବାରେ ଟିକେ ସାହାଯ୍ୟ କରନ୍ତୁ । ହେଲେ  ସେ ହତାଶ ହେଲେ ।

ମା ତାଙ୍କର ଚାଲିଗଲେ । କରିମୂଲ ସେଦିନ ମା ଙ୍କୁ ହରାଇଥିବା ନେଇ  ବହୁତ କାନ୍ଦିଲେ । ଜଡ ଶରୀର ନିକଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶପଥ କଲେ ଗାଁର କେହି ଜଣେ ବି ଆଉ ଯେମିତି ମେଡ଼ିକାଲ ଯାଇ ନ ପାରିବାର କାରଣରୁ ମୃତ୍ୟୁ ମୁଖରେ  ନ ପଡ଼ନ୍ତୁ । ଏ ଘଟଣା ର 6 ମାସ ପରେ କାମ କରୁଥିବା ବେଳେ ତାଙ୍କର ଜଣେ ବନ୍ଧୁଙ୍କୁ ସର୍ପ ଦଂଶନ କଲା । ମେଡ଼ିକାଲ ଗାଁ ଠାରୁ 45 କିମି ଦୂର ଓ 10 କିମି କେବଳ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଥିଲା । କରିମୂଲ ଏଥର ଆଉ ଡେରି କଲେନି । ନିଜ ମାଲିକଙ୍କ ବାଇକ ନେଇ ରୋଗୀଙ୍କୁ ନେଇ ଡାକ୍ତରଖାନା ରେ ପହଁଚିଲେ । ବନ୍ଧୁ ବଂଚିଗଲେ । ସେଦିନ ଠାରୁ କରିମୂଲ ଙ୍କ ସହୃଦୟତାର କାହାଣୀ ଭାରତ ସାରା ଖେଳେଇ ଗଲା । କରୋନା ସମୟରେ ସେ ଅନେକ ପୀଡିତ ଙ୍କୁ ନେଇ ଡାକ୍ତରଖାନା ରେ ଭର୍ତ୍ତି କରାଇବା ସହିତ ଅନେକ ଶବ ସତ୍କାର କରାଇଛନ୍ତି । ଯେତେବେଳେ ଲୋକେ ସଂକ୍ରମିତ ଙ୍କ ଶବ କୁ ଛୁଇଁବା ପାଇଁ ଡରୁଥିଲେ ସେତେବେଳେ ଏହି ସମାଜସେବୀ ସତର୍କତା ର ସହିତ ଶବ ସତ୍କାର କରି ଅଞ୍ଚଳବାସୀ ଙ୍କୁ ନୂଆ ଆଲୋକ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *