କରୋନା ଗାଇଡ୍ଲାଇନ୍ସ ନପାଳନ କଲେ ଜାରୀ ହେବ ଲକଡ଼ାଉନ୍, ବ୍ୟାନ୍ ହେଲା ସମସ୍ତ ରାଜନୈତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ

କରୋନା ଗାଇଡ୍ଲାଇନ୍ସ ନପାଳନ କଲେ ଜାରୀ ହେବ ଲକଡ଼ାଉନ୍, ବ୍ୟାନ୍ ହେଲା ସମସ୍ତ ରାଜନୈତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ

ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା  ବେଳେ  ଏହାକୁ ନେଇ ସତର୍କ ହୋଇପଡ଼ିଛନ୍ତି ଉଦ୍ଧବ ସରକାର । ଯାହାଫଳରେ ରାଜ୍ୟରେ କିଛିଦିନ ପାଇଁ ରାଜନୈତିକ, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ , ପ୍ରୋସେସନ୍‌, ଧାରଣା ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘୋଷଣା କରିଛନ୍ତି।

ଏହା ସହ ଆହୂରୀ ମଧ୍ୟ କହିଛନ୍ତି ଯେ ଯଦି ଆସନ୍ତା କିଛି ଦିନ ପାଇଁ ଲୋକମାନେ କରୋନା ଗାଇଡଲାଇନ୍ ନମାନନ୍ତି ତେବେ ପୁଣି ରାଜ୍ୟ ଲକଡ଼ାଉନ୍ କଡ଼ାକଡ଼ି ଭାବେ ପାଳନ କରାଯିବ । ଗତ ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଉ ମଧ୍ୟ କହିଛନ୍ତି ଯେ ଆମେ ଟିକେ ସଚେତନ ହୋଇପଡ଼ିଲେ କରୋନା ଭାଇରସ୍ କୁ ହରାଇ ପାରିବା ତେଣୁ ଆମେ ସମସ୍ତେ ମିଳିମିଶି ଏହି ଘଡ଼ିସନ୍ଧି ମୂହୁର୍ତ୍ତକୁ ସାମ୍ନା କରିବା ଉଚିତ୍ । 

Leave a Reply

Your email address will not be published. Required fields are marked *