ଓଲଟିଗଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର ଓ ହେଲ୍ପର

ଓଲଟିଗଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର ଓ ହେଲ୍ପର

ଗୋପାଳପୁର ପୋର୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଆଜି କଳିଙ୍ଗା ଘାଟି ନିକଟରେ ଓଲଟି ପଡ଼ିବାରୁ ଗାଡ଼ିର ଡ଼୍ରାଇଭର ଏବଂ ହେଲ୍‌ପର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ କୋଇଡ଼ା ବଡ଼ବିଲ୍‌ରୁ ଲୁହାପଥର ବୋଝେଇ କରି ଏକ ଟ୍ରକ (ଓଡ଼ି ୧୬ ଏଫ୍ ୫୪୬୦) ଗୋପାଳପୁର ପୋର୍ଟକୁ ଯାଉଥିବାବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏଥିରେ ଡ଼୍ରାଇଭର ଉସ୍ତାବୁଲ୍ ଅନସାରୀ (୨୫) ଓ ହେଲ୍‌ପର ମୋବିନ୍ ଅନସାରୀ (୧୯) ଆହତ ହୋଇଥିଲେ। ଜି. ଉଦୟଗିରି ପୋଲିସ୍ ପେଟ୍ରୋଲିଂ ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *