ପିକ୍ଅପ୍ ସହ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଆହତ-

ପିକ୍ଅପ୍ ସହ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଆହତ-

ଓଡ଼ଗାଁ ଥାନା କୁରାଳ ପଂଚାୟତର ନାଉରିଆ ରାସ୍ତାରେ ଏକ କୁଣ୍ଡା ବୁଝେଇ ପିକ୍‌ଅପ ସହ ଅପର ପାଶ୍ୱର୍ରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳା ସହ ୨ଜଣ ପୁରୁଷ ଆହତ ହୋଇ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।  ପିକଅପ୍‌(ଓଡି-୨୫-୨୩୩୧)ଟି ଗଞ୍ଜାମ ପଟୁ ଆସୁଥିବାବେଳେ ଏକ ଟିଭିଏସ୍ ଭିକ୍ଟର ବାଇକ୍‌(ଓଡ଼ି ୨୫ଏଚ୍‌-୧୪୨୦)ରେ ୩ଜଣ ବସି ହନୁମନ୍ତିଆରୁ ନାଉରିଆ ଅଭିମୁଖେ ଯାଉଥିଲେ।

ଫଳରେ ନାଉରିଆ ପାଖ ପୋଲ ପାଖରେ ଉଭୟେ ମୁହାଁମୁହିଁ ଧକ୍ମା ହୋଇଥିଲେ। ବାଇକ୍ ରେ ବସିଥିବା ପଂଚଭୂତି ଗ୍ରାମର ସନ୍ତୋଷ ସାହୁ, ମାଧବ ସାହୁ ଓ ମଂଜୁଲତା ସାହୁ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପିକଅପ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ପିକ୍‌ଅପ ଓ ବାଇକ୍ କୁ ଜବତ କରିଥିବାବେଳେ ଅନୁସନ୍ଧାନ ଚଳାଇଛନ୍ତି

Leave a Reply

Your email address will not be published. Required fields are marked *