କେରଳରେ ବଢୁଛି ବିଜେପିର ଲୋକପ୍ରିୟତା :  ସିପିଏମ୍ ଓ କଂଗ୍ରେସ ଛାଡ଼ି ଯୋଗଦେଲେ ୯୮ ନେତା

କେରଳରେ ବଢୁଛି ବିଜେପିର ଲୋକପ୍ରିୟତା : ସିପିଏମ୍ ଓ କଂଗ୍ରେସ ଛାଡ଼ି ଯୋଗଦେଲେ ୯୮ ନେତା

ଫେବୃଆରୀ ୨୪ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବଢ଼ିଚାଲିଛି । ପଶ୍ଚିମବଙ୍ଗ, ଗୁଜୁରାଟ ପରେ କେରଳରେ ମଧ୍ୟ ଅନ୍ୟ ଦଳ ଛାଡ଼ି ନେତାମାନେ ବିଜେପିରେ ସାମିଲ ହେଉଥିବା ଦୃଷ୍ଟିଗୋଚର ହେଉଛି । କେରଳର ରାଜଧାନୀ ଥିରୁଅନନ୍ତପୁରମରେ ମଙ୍ଗଳବାର ୯୮ ଜଣ ସିପିଏମ୍ ଓ କଂଗ୍ରେସ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀଙ୍କ ଉପସ୍ଥିତିରେ କଂଗ୍ରେସ ଓ ସିପିଏମ ନେତାମାନେ ଭାରତୀୟ ଜନତା ପାର୍ଟିରେ ନିଜର ସମର୍ଥକଙ୍କ ସହିତ ଯୋଗଦେଇଥିଲେ ।  

ଗୁଜୁରାଟରେ ମଙ୍ଗଳବାର ୬ଟି ନଗର ନିଗମ ନିର୍ବାଚନରେ ବିପୁଳ ବିଜୟ ମିଳିଥିବା ବେଳେ କେରଳରେ ୯୮ ଜଣ ନେତା କଂଗ୍ରେସ ଓ ସିପିଏମ ଦଳ ଛାଡ଼ିବା ବିଜେପି ପାଇଁ ନିଶ୍ଚିତ ଭାବେ ବଡ଼ ଖୁସିର ମୂହୁର୍ତ୍ତ । ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି ଗୁଜରାଟରେ ୬ଟି ନଗର ନିଗମ ନିର୍ବାଚନରେ ବିଜୟୀ ହୋଇଛି । ଭାରତୀୟ ଜନତା ପାର୍ଟିକୁ ସମୁଦାୟ ୫୭୬ରୁ ୪୮୩ଟି ସିଟ ମିଳିପାରିଛି । ଗତ ୨୧ ତାରିଖ ଦିନ ଅହମଦାବାଦ, ସୁରତ, ଭଦୋଦରା, ରାଜକୋଟ, ଜାମନଗର ଓ ଭାବାନଗର଼ରେ ମତଦାନ ହୋଇଥିଲା । 

ଏହି ନଗର ନିଗମ ନିର୍ବାଚନରେ କଂଗ୍ରେସକୁ ୫୫ଟି, ଆମ ଆଦମୀ ପାର୍ଟିକୁ ୨୭ଟି ସିଟ ମିଳିପାରିଛି । ବିଜେପିକୁ ଅହମଦାବାଦରେ୧୯୨ରୁ ୧୫୯ଟି, ରାଜକୋଟରେ ୭୨ରୁ ୬୮ଟି, ଜାମନଗରରେ ୬୪ରୁ ୫୦, ଭାବାନଗର଼ରେ ୫୨ରୁ ୪୪, ଭଦୋଦରାରେ ୭୬ରୁ ୬୯ ଓ ସୁରତରେ ୧୨୦ରୁ ୯୩ଟି ସିଟରେ ବିଜୟୀ ହୋଇଛି । 

Leave a Reply

Your email address will not be published. Required fields are marked *