ସଂସଦ ଘେରିବେ ଚାଷୀ, ୪୦ ଲକ୍ଷ ଟ୍ରାକ୍ଟର ପହଂଚିବ ଦିଲ୍ଲୀ: ରାକେଶ ଟିକାୟତ

ସଂସଦ ଘେରିବେ ଚାଷୀ, ୪୦ ଲକ୍ଷ ଟ୍ରାକ୍ଟର ପହଂଚିବ ଦିଲ୍ଲୀ: ରାକେଶ ଟିକାୟତ

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଯଦି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନନିଅନ୍ତି, ତାହେଲେ ଏଥର ସଂସଦ ଘେରାଉ କରିବାକୁ ହେବ । ଏଠାରେ ୪ ଲକ୍ଷ ନୁହେଁ, ବରଂ ୪୦ ଲକ୍ଷ ଟ୍ରାକ୍ଟର ଆସିବ । ଏଥି ସହିତ ସେ ଚାଷୀଙ୍କୁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଯେକୌଣସି ସମୟରେ ଆହ୍ୱାନ ମିଳିପାରେ । 

ରାକେଶ ଟିକାୟତ ରାଜସ୍ଥାନର ଶିକେରରେ ସଂଯୁକ୍ତ ଚାଷୀ ମୋର୍ଚ୍ଚାର କିଷାନ ମହାପଂଚାୟତକୁ ସମ୍ବୋଧିତ କରି କହିଛନ୍ତି ଯେ, କାନ ଖୋଲି ଦିଲ୍ଲୀ ଶୁଣିନେଉ, ଏହି ଚାଷୀମାନେ ଓ ସେମାନଙ୍କର ଟ୍ରାକ୍ଟର ଦିଲ୍ଲୀ ଯିବ । ଏଥର ସଂସଦର ପାଳି ହେବ । ସେ କହିଛନ୍ତି ଯେ, ଇଣ୍ଡିଆ ଗେଟ ନିକଟରେ ଥିବା ପାର୍କରେ ହଳ କରାଯିବ ଏବଂ ଫସଲ ଉପୁଜାଇବା ଲାଗି କାମ କରାଯିବ । ଚାଷୀ ନେତା କହିଛନ୍ତି ଯେ, ଜାନୁଆରୀ ୨୬ର ଘଟଣା ପ୍ରସଙ୍ଗରେ ଦେଶର ଚାଷୀଙ୍କୁ ବଦନାମ କରାଯିବା ଲାଗି ଷଡ଼ଯନ୍ତ୍ର ହୋଇଛି । ଦେଶର ଚାଷୀମାନେ ତ୍ରିରଙ୍ଗାକୁ ଭଲ ପାଆନ୍ତି । 

ସୂଚନାଯୋଗ୍ୟ, ଦିଲ୍ଲୀର ସୀମାରେ ଗତବର୍ଷ ନଭେମ୍ବର ୨୬ ତାରିଖ ଠାରୁ ଚାଷୀ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ୨୦୨୦ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଆନ୍ଦୋଳନ କରାଯାଇଥିଲା । ସେହିପରି ଗତ ୬ ତାରିଖ ଓ ୧୮ ତାରିଖରେ ମଧ୍ୟ ଚାଷୀମାନେ ଆନ୍ଦୋଳନ କରିଥିଲେ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ମଧ୍ୟ ଆଲୋଚନା ହୋଇଛି । କିନ୍ତୁ ଚାଷୀ ନେତାମାନେ ନିଜ ଜିଦରେ ଅଟଳ ରହିଛନ୍ତି । 

Leave a Reply

Your email address will not be published. Required fields are marked *