ଭାରତୀୟ ଜନତା ପାର୍ଟି ଗୁଜରାଟରେ ୬ଟି ନଗର ନିଗମ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିଛି । ବିଜେପି ସମସ୍ତ ୬ଟି ନଗର ନିଗମ ନିର୍ବାଚନରେ ବିଜୟୀ ହୋଇଛି । ଭାରତୀୟ ଜନତା ପାର୍ଟିକୁ ସମୁଦାୟ ୫୭୬ରୁ ୪୮୩ଟି ସିଟ ମିଳିପାରିଛି । ସୂଚନାଯୋଗ୍ୟ ଗତ ୨୧ ତାରିଖ ଦିନ ଅହମଦାବାଦ, ସୁରତ, ଭଦୋଦରା, ରାଜକୋଟ, ଜାମନଗର ଓ ଭାବାନଗର଼ରେ ମତଦାନ ହୋଇଥିଲା ।
ଏହି ନଗର ନିଗମ ନିର୍ବାଚନରେ କଂଗ୍ରେସକୁ ୫୫ଟି, ଆମ ଆଦମୀ ପାର୍ଟିକୁ ୨୭ଟି ସିଟ ମିଳିପାରିଛି । ବିଜେପିକୁ ଅହମଦାବାଦରେ୧୯୨ରୁ ୧୫୯ଟି, ରାଜକୋଟରେ ୭୨ରୁ ୬୮ଟି, ଜାମନଗରରେ ୬୪ରୁ ୫୦, ଭାବାନଗର଼ରେ ୫୨ରୁ ୪୪, ଭଦୋଦରାରେ ୭୬ରୁ ୬୯ ଓ ସୁରତରେ ୧୨୦ରୁ ୯୩ଟି ସିଟରେ ବିଜୟୀ ହୋଇଛି ।
ବିଜେପିକୁ ବିପୁଳ ଭୋଟରେ ବିଜୟ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜୁରାଟକୁ ଶୁଭେଚ୍ଛା । ରାଜ୍ୟବ୍ୟାପୀ ନଗର ପାଲିକା ନିର୍ବାଚନର ପରିଣାମ ସ୍ପଷ୍ଟ ରୂପରେ ଲୋକଙ୍କ ମନରେ ବିକାଶ ଓ ସୁଶାସନର ରାଜନୀତି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି । ବିଜେପି ଉପରେ ଭରସା କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି ।
