ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ପ୍ରକଳ୍ପକୁ ଉଦଘାଟନ କରିବେ । ସେହିପରି ମୋଦୀ କିଛି ବିକାଶମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୋମଦୀ ସତନାଥପୁରମ-ନାଗପାଟ୍ଟିନମକୁ ସଂଯୋଗ କରୁଥିବା ୫୬ କିଲୋମିଟର ଲମ୍ବ ୪୫-ଏ ଜାତୀୟ ରାଜପଥକୁ ଚାରିଥାକିଆ ଲାଗି ଶିଳାନ୍ୟାସ କରିବେ । ପୁଡୁଚେରୀର କରାଇକାଲ ଜିଲ୍ଲାରେ ଥିବା ଭିଲ୍ଲାପୁରମ ଠାରୁ ନାଗପଟ୍ଟିନମକୁ ଏହି ରାସ୍ତା ସଂଯୋଗ କରୁଛି । ୨ ହଜାର ୪୩୨୬ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ମୋଦୀ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଶିଳାନ୍ୟାସ କରିବେ । ସେଠାରେ ସେ ଏକ ମେଡିକାଲ କଲେଜର ନୂଆ ପରିସର ପାଇଁ ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ପାଇଁ ୪୯୧ କୋଟି ଟଙ୍କା ଖର୍ଚ୍ଚ ହେବ ।
ସାଗରମାଳା ଯୋଜନାରେ ପୁଡୁଚେରୀ ଠାରେ ମୋଦୀ ଏକ ବନ୍ଦରର ବିକାଶ ପାଇଁ ଶିଳାନ୍ୟାସ କରିବେ । ଏତଦ ବ୍ୟତୀତ ସେ ଜବାହରଲାଲ ଇଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠାନରେ ବ୍ଲଡ ସେଣ୍ଟର ଉଦଘାଟନ କରିବେ । ଏଠାରେ ଏକ ଗବେଷଣାଗାର କାର୍ଯ୍ୟ କରିବ । ବିଦ୍ୟାଳୟ ବିଭାଗ ସହରରେ ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଅବକାଶ ଘୋଷଣା କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪ଟାରେ ତାମିଲାନାଡୁ ପହଂଚିବେ । ମୋଦୀ ୫୦୦ ମେଗାୱାଟ ବିଶିଷ୍ଟ ୨ଟି ପ୍ରକଳ୍ପ ଥର୍ମାଲ ପାୱାର ପ୍ରକଳ୍ପକୁ ଦେଶବାସୀଙ୍କ ଉଦେଶ୍ୟରେ ଲୋକାର୍ପଣ କରିବେ । ଏହି ୨ଟି ପ୍ରକଳ୍ପରେ ୮୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପରୁ ତାମିଲନାଡୁ ସମେତ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପୁଡୁଚେରୀବାସୀଙ୍କୁ ଲାଭ ହେବ । ଏଥି ସହିତ ମୋଦୀ ତିରୁନେଲଭେଲି, ଟୁଟିକୋରିନ, ରାମନାଥପୁରମ ଓ ବିରୁଧୁନଗରରେ ୨୬୭୦ ଏକର ଜମିରେ ନିର୍ମିତ ୭୦୯ ମେଗାୱାଟର ସୋଲାର ପ୍ଲାଣ୍ଟକୁ ଲୋକାର୍ପଣ କରିବେ । ଏହି ପ୍ରକଳ୍ପରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
