ଦେଶରେ ଉତ୍ପାଦନ ହେବ ଲ୍ୟାପଟପ୍, ପିସି ଓ ଟେବଲେଟ୍! ସରକାରଙ୍କ ଏହି ଯୋଜନାରେ ୨ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର-

ଦେଶରେ ଉତ୍ପାଦନ ହେବ ଲ୍ୟାପଟପ୍, ପିସି ଓ ଟେବଲେଟ୍! ସରକାରଙ୍କ ଏହି ଯୋଜନାରେ ୨ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର-

କେନ୍ଦ୍ର ସରକାର ଦେଶରେ ଲ୍ୟାପଟପ୍‌, ଟେବଲେଟ, ଅଲ୍‌-ଇନ୍‌-ୱାନ୍ ପିସି ଏବଂ ସର୍ଭର ଉତ୍ପାଦନ ବଢ଼ାଇବା ଲାଗି ୭୩୫୦ କୋଟି ଟଙ୍କାର ପ୍ରଡକ୍ଟ ବେସ୍‌ଡ ଇନସେଣ୍ଟିଭ୍ (ପିଏଲଆଇ) ଯୋଜନାକୁ ମଂଜୁରୀ ଦେଇଛନ୍ତି । ଏହି ଯୋଜନା ଅନୁସାରେ ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଉତ୍ପାଦନ କ୍ଷେତ୍ରରେ ଗ୍ଲୋବାଲ କଂପାନୀକୁ ଆକର୍ଷିତ କରାଯାଇପାରିବ । ପିଏଲ୍‌ଆଇ ଯୋଜନା ଦ୍ୱାରା ଦେଶରେ ଇଲେକଟ୍ରୋନିକ୍ସ ଇକୋସିଷ୍ଟମକୁ ଆଗକୁ ନିଆଯାଇପାରିବ । ଏହି ଗ୍ଲୋବାଲ ଉତ୍ପାଦନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସୁଛି ।  କରୋନା ମହାମାରୀ ସମୟରେ ଘରେ କାମ ଓ ଘରେ ପାଠ ପଢ଼ିବା ଦ୍ୱାରା ଦେଶରେ ପିସି ମାର୍କେଟର ଚାହିଦା ବଢ଼ିଛି । ଏହି ନୂଆ ଯୋଜନା ଅନ୍ତର୍ଗତ ଆଗାମୀ ୪ ବର୍ଷରେ ଉତ୍ପାଦନର କ୍ଷମତା ୩.୨୬ ଲକ୍ଷ କୋଟି ଟଙ୍କା ଓ ରପ୍ତାନୀ ୨.୪୫ ଲକ୍ଷ କୋଟି ଟଙ୍କା ରହିବାର ଅନୁମାନ କରାଯାଉଛି । ଫଳରେ ୧.୮୦ ଲକ୍ଷ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳ ଆଇଟି ହାର୍ଡୱେୟର ଲାଗି ୭୩୫୦ କୋଟି ଟଙ୍କାର ପିଏଲଆଇ ଯୋଜନାକୁ ମଂଜୁରୀ ଦେଇଛି । ଏହା ଦ୍ୱାରା ଲ୍ୟାପଟପ, ଟେବଲେଟ, ଅଲ-ଇନ୍‌-ୱାନ ପିସି ଓ ସର୍ଭର ଆସିବ । ଏହି ଯେଜାନା ଅନ୍ତର୍ଗତ ଭାରକୁ ହାର୍ଡୱେର ଉତ୍ପାଦନର ବଡ଼ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି । 

Leave a Reply

Your email address will not be published. Required fields are marked *