ପଶ୍ଚିମବଙ୍ଗ ନିର୍ବାଚନ: କୋଲକାତାରେ ଅସୁଦୁଦ୍ଦୀନଙ୍କ ରାଲି ବାତିଲ, ପୋଲିସ ଦେଲାନି ଅନୁମତି

ପଶ୍ଚିମବଙ୍ଗ ନିର୍ବାଚନ: କୋଲକାତାରେ ଅସୁଦୁଦ୍ଦୀନଙ୍କ ରାଲି ବାତିଲ, ପୋଲିସ ଦେଲାନି ଅନୁମତି

ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମୀନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦୀନ ଓୱେସୀଙ୍କ ପଶ୍ଚିମବଙ୍ଗର କୋଲକାତାରେ ଆଜି (ଗୁରୁବାର) ହେବାକୁ ଥିବା ରାଲିକୁ ପୋଲିସ ଅନୁମତି ଦେଇନାହିଁ । ଫଳରେ ଏହି ରାଲିକୁ ବାତିଲ କରି ଦିଆଯାଇଛି । 

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀଙ୍କୁ ସଂଖ୍ୟାଲଘୁ ବହୁଳ ମେତିୟାବ୍ରୁଜ ଅଂଚଳରେ ରାଲି ଜରିଆରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟିର ପ୍ରଚାର ଅଭିଯାନ ଆରମ୍ଭ କରିବାର ଥିଲା । ଏଆଇଏମଆଇଏମର ରାଜ୍ୟ ସଂପାଦକ ଜମୀର ଉଲ ହାସନ କହିଛନ୍ତି ଯେ, ପୋଲିସ ରାଲି ପାଇଁ ଅନୁମତି ପ୍ରଦାନ କରିନାହିଁ । ଆମେ ଅନୁମତି ଲାଗି ୧୦ ଦିନ ପୂର୍ବରୁ ଆବେଦନ କରିଥିଲୁ । କିନ୍ତୁ ରାଲିର ଗୋଟିଏ ଦିନ ପୂର୍ବରୁ ପୋଲିସ ସୂଚନା ଦେଇଛି ଯେ, ଆମେ ରାଲି କରିବାକୁ ଦେଇପାରିବୁ ନାହିଁ । ସେ କହଛନ୍ତି ଯେ ଆମେ ଟିଏମସି ଆଗରେ ମୁଣ୍ଡ ନୁଆଇଁବୁ ନାହିଁ । ଆମେ ଆଲୋଚନା କରିବୁ ଏବଂ କାର୍ଯ୍ୟକ୍ରମର ଆଗାମୀ ତାରିଖ ନିର୍ଦ୍ଧାରଣ କରିବୁ । 

ଏହି ମାମଲାରେ କୋଲକାତା ପୋଲିସ ପ୍ରତିକ୍ରିୟା ଦେବାକୁ ମନା କରିଛି । ତୃଣମୂଳ କଂଗ୍ରେସର ସାଂସଦ ସୌଗତ ରାୟ ରାଲି ଲାଗି ଅନୁମତି ନମିଳିବାରେ ନିଜ ପାର୍ଟିର ଭୂମିକାକୁ ଖଣ୍ଡନ କରିଛନ୍ତି । ଅନ୍ୟପଟରେ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ଏଆଇଏମଆଇଏମ ଜୋରଦାର ପ୍ରସ୍ତୁତି ଚଳାଇଛି । 

Leave a Reply

Your email address will not be published. Required fields are marked *