ରାଜ୍ୟ ସରକାର ଆଖୁଆପଦା ଠାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ: ରାଜ୍ୟ ବିଜେପି ସଭାପତି-

ରାଜ୍ୟ ସରକାର ଆଖୁଆପଦା ଠାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ: ରାଜ୍ୟ ବିଜେପି ସଭାପତି-

ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିକାଶରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲାଗି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହି ଅବସରରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଫକୀରପୁର ଓ ମରେଇଗାଁ ଠାରେ ଟସର ଦ୍ବାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ବୁଲି ଦେଖିଛନ୍ତି ରାଜ୍ୟ ବିଜେପି ସଭାପତି ।

ଏହାପରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ଗାଁରେ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ସମୀର ମହାନ୍ତି । ମିଶ୍ରଣ ପର୍ବରେ ଶତାଧିକ ବିଜେପି ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଗସ୍ତ ଅବସରରେ ଆଖୁଆପଦାରେ ବ୍ରିଟିଶ ଅମଳରେ ନିର୍ମିତ ଆନିକଟକୁ ପରିଦର୍ଶନ କରିଥିଲେ । ତେବେ ରାଜ୍ୟ ସରକାର ଦୀର୍ଘଦିନ ଧରି ଏହି ବ୍ୟାରେଜକୁ ଅଣଦେଖା କରି ଆସୁଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି । ତେଣୁ ଆଗାମୀ ଦିନରେ ଏଠାରେ ଏକ ବହୁମୁଖୀ ବ୍ୟାରେଜ୍ ପ୍ରକଳ୍ପ କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ।

Leave a Reply

Your email address will not be published. Required fields are marked *