ଖଡ଼ିପଦା ଗାଁ ଶନି ମନ୍ଦିରରୁ ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍-

ଖଡ଼ିପଦା ଗାଁ ଶନି ମନ୍ଦିରରୁ ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍-

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା ଅଳଙ୍କାର । ମନ୍ଦିର ଭିତରୁ ଠାକୁରଙ୍କ କେଜିଏରୁ ଅଧିକ ରୁପା ମୁକୁଟ ସହ ସୁନା ଅଳଙ୍କାର ଧରି ଚମ୍ପଟ ମାରିଛନ୍ତି ଲୁଟେରା ।

ଗତକାଲି ସନ୍ଧ୍ୟା ଆଳତୀ ପରେ ତାଲା ପକାଇ ଯାଇଥିଲେ ପୂଜକ । ଆଜି ସକାଳୁ ଲୋକ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ଖୋଳତାଡ କରିଛି । ଚୋରି ବଢୁଥିବାରୁ ନାଇଟ୍ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

Leave a Reply

Your email address will not be published. Required fields are marked *