ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର

ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର

ମହାନଦୀର ମହାସତ ମାନିଲେ ରାଜ୍ୟ ସରକାର । ସଙ୍କଟରେ ମହାନଦୀ । ଧିରେଧିରେ ଶୁଖୁଛି ମହାନଦୀ ଜଳ । ଶୁଖିଯିବ ଓଡ଼ିଶାର ବଡ଼ ନଦୀ ମହାନଦୀର ଜଳ । ଏସବୁ କଥା ଆମେ କହୁନାହଁ ଖୋଦ୍ ରାଜ୍ୟ ସରକାର ଏହି ସତ୍ୟ କୁ ସ୍ୱିକାର କରିଛନ୍ତି । ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏଭଳି ସଂଘାତିକ୍ ଉତ୍ତର ରଖିଛନ୍ତି ।

ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ କରି ଅଟକାଉଛି ମହାନଦୀ ଜଳ ଏଥିପାଇଁ ତଳ ମୁଣ୍ଡ ଅର୍ଥାତ୍ ଓଡ଼ିଶା ପଟେ ଶୁଖିଲା ପଡିଛି ମହାନଦୀ । ଅଣମୌସୁମି ଆରମ୍ଭ ରୁ ହିଁ ରାଜ୍ୟରେ ଏଦଶା ଆଗକୁ ଆହୁରି ଜଟିଳ ହେବାକୁ ଯାଉଛି । ବୋଲି ନିଜେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତରରେ କହିଛନ୍ତି । ଯାହା ଏବେ ରାଜ୍ୟ ସରକାରଙ୍କ ଆଉ ଏକ ଗୁମର ଖୋଲିଛି । ତେବେ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ବିଚାରଧିନ ଥିବା କହି ମନ୍ୟବର ଜଳସମ୍ପଦ ମନ୍ତ୍ରୀ ଏହି ମାମଲାକୁ ଏଡାଇ ଯିବାକୁ ଚେଷ୍ଟା ଚଳାଇଥିବା ବେଳେ ବିରୋଧି ଏନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

୨୦୧୮ ମସିହାରେ ରାଜ୍ୟ ସରକାର ନିଜେ ମିଶନ ମହାନଦୀ ଆରମ୍ଭ କରିଥିଲେ ଯେଉଁଥିରେ ମହାନଦୀରେ ୭ ଟି ବ୍ୟାରେଜ୍ ନିର୍ମାଣ ହେବାର ପ୍ରସ୍ତାବ ରହିଥିଲା । ମହାନଦୀ ମାଷ୍ଟର ପ୍ଲାନ୍ ଅନୁଯାଇ ଦେଓଗାଁ, ଗୋଧନେଶ୍ୱର, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଭଳି ୭ଟି ସ୍ଥାନରେ ବ୍ୟାରେଜ ତିଆରି ହେବାର ଥିଲା । ଏହାବାଦ ମହାନଦୀର ଶାଖା ଓ ଉପନଦୀରେ ବି ଛୋଟବଡ଼ ୨୦ଟି ବ୍ୟାରେଜ କରିବାକୁ ସରକାର ଯୋଜନା କରିଥିଲେ । କିନ୍ତୁ ହେଲା କଣ? ବ୍ୟାରେଜ୍ ନିର୍ମାଣ କରିବା ତ ଦୂରର କଥା ଏପର୍ଯ୍ୟନ୍ତ ସ୍ଥାନ ନିରୁପଣ ବି ହୋଇ ପାରିଲା ନାହିଁ । ଯୋଜନା ଥିଲା ବ୍ୟାରେଜ୍ ନିର୍ମାଣ କରି ୫୨ % ବର୍ଷା ଜଳର ସଂରକ୍ଷଣ କରି ରାଜ୍ୟର ଜଳକଷ୍ଟ ଦୂର କରିବା ପାଇଁ । ମାତ୍ର ସରକାରଙ୍କ ଏହି ଘୋଷଣା କେବଳ ଘୋଷଣାରେ ହିଁ ରହିଗଲା ।

Leave a Reply

Your email address will not be published. Required fields are marked *