କୋହଲିଙ୍କ ନେତୃତ୍ୱରେ ୨୨ତମ ବିଜୟ ଭାରତକୁ ଘରୋଇ ପଡ଼ିଆରେ ମିଳିଲା,

କୋହଲିଙ୍କ ନେତୃତ୍ୱରେ ୨୨ତମ ବିଜୟ ଭାରତକୁ ଘରୋଇ ପଡ଼ିଆରେ ମିଳିଲା,

ଭାରତୀୟ କ୍ରିକେଟ ଟିମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଗୁରୁବାର ୩ୟ ଟେଷ୍ଟ ମ୍ୟାଚରେ ୧୦ ୱିକେଟ୍‌ରେ ବିଜୟୀ ହୋଇଛି । ଏଥି ସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି । 

ବିରାଟ କୋହଲି ଭାରତୀୟ ଟିମର ଅଧିନାୟକ ଭାବେ ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିପାରିଛନ୍ତି । ଏଥି ସହିତ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତରେ ୨୯ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିବା ବେଳେ ସେ ଏଥିରୁ ୨୨ଟିରେ ବିଜୟୀ ହୋଇଛନ୍ତି । ଧୋନୀଙ୍କ ନେତୃ୍‌ତ୍ୱରେ ଭାରତରେ ୩୦ଟି ମ୍ୟାଚ ଖେଳାଯାଇଥିଲା । ଏଥିରୁ ଧୋନୀ ୨୧ଟି ଟେଷ୍ଟରେ ବିଜୟ ହାସଲ କରିଥିଲେ ।  ଟେଷ୍ଟ ମ୍ୟାଚରେ ବିରାଟ କୋହଲି ମୋଟ ୩୫ଟି ବିଜୟ ହାସଲ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୨୭ଟି, ସୌରଭ ଗାଙ୍ଗୁଲୀ ୨୧ଟି ଓ ମହମ୍ମଦ ଆଝାରୁଦ୍ଦୀନ ୧୪ଟି ଜିତିଥିଲେ ।

Leave a Reply

Your email address will not be published. Required fields are marked *