ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତାର ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଙ୍କେରରେ ଆଦି ସ୍ଥାନେରେ କରାଯାଇଥିବା ମାଓ ବିରୋଧୀ ଅପରେସନରେ ମିଳିଛି ବଡ ସଫଳତା । ଅପରେସନ ସଙ୍ଗମ ନାଁରେ କରାଯାଇଥିବା ଏହି ଅପରେସନରେ ମାଓବାଦୀଙ୍କ ୭ ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଏହା ସହ ମାଓକ୍ୟାମ୍ପରୁ ମିଳିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ତ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ । ଏତିକିବେଳେ ମାଓବାଦୀମାନେ ଗୁଳି ବିନିମୟ କରିଥିଲେ । ପ୍ରତି ଜବାବ ଦେଇଥିଲେ ଯବାନ । ପାଲଟା ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଥିଲା ଲାଲବାହିନୀ ।


