ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ଟେଷ୍ଟର ଇଂଲଣ୍ଡର ଦ୍ୱିତୀୟ ଇଂନିସରେ ଜୋଫ୍ରା ଆର୍ଚରଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ଅଶ୍ୱିନ । ମୁଥେୟା ମୁରଲୀଧରନଙ୍କ ପରେ ଅଶ୍ୱିନ ଦ୍ୱିତୀୟ ଫାଷ୍ଟେଷ୍ଟ ବୋଲର ଏହି ସଫଳତା ହାସଲ କରିଛନ୍ତି । ଏହା ସହ ଙ୍ଘରୋଇ ପ୍ରର୍ଦଶନ ଭିତିରେ ବିଶ୍ୱର ସମସ୍ତ ବୋଲରଙ୍କ ମଧ୍ୟରେ ଅଶ୍ୱିନ ସର୍ବଶ୍ରେଷ୍ଠ । ବିଶ୍ୱର ୧୬ ତମ କ୍ରିକେଟର ଏବଂ ଭାରତର ଚତୁର୍ଥ କ୍ରିକେଟର ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ୱିନ । ପୂର୍ବରୁ କପିଳ ଦେବ, ଅନିଲ କୁମ୍ବଲେ, ହରଭଜନ ସିଂ ଆଦି କ୍ରିକେଟର ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଶ୍ୱିନ ୭୭ ଟି ଟେଷ୍ଟ ମ୍ୟାଚରୁ ୪୦୧ ୱିକେଟ ହାସଲ କରିଛନ୍ତି ।


