ପୋଷିଛନ୍ତି ୪ ହଜାର ରୁ ଅଧିକ ଶୁଆ । ଦିନକୁ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଛି ୭୫ କେଜି ଚାଉଳ । ଆୟ ର ଅଧା ଖାଇଦେଉଛନ୍ତି ପକ୍ଷୀ । ତଥାପି ହସ ଖୁସି ରେ ପକ୍ଷୀପ୍ରେମ ନିଭାଉଛନ୍ତି ଚେନ୍ନାଇ ର ଜଣେ ବାସିନ୍ଦା ଯୋଶେଫ ଶେଖର । ୫୦ କି ୧୦୦ ନୁହେଁ । ଏକାଥରକେ ୪୦୦୦ ରୁ ଅଧିକ ଚଢ଼େଇ ମୁଖ୍ୟତଃ ଶୁଆ ଯେତେବେଳେ ଯୋଶେଫ ଙ୍କ ଛାତ ଉପରକୁ ଓହ୍ଲାନ୍ତି ଆଖ ପାଖର ଛାତ ଆଉ ବାଲକୋନି ରେ ଏଭଳି କିଚିରି ମିଚିରି କାକଳି ଶୁଣିବା କୁ ପହଞ୍ଚି ଯାଆନ୍ତି ପିଲେ ।
ଯୋଶେଫ ଭୋର ୪ ରୁ ଉଠନ୍ତି । ବଜାରକୁ ଚାଉଳ ଆଉ ପରିବା ପାଇଁ ଯାଆନ୍ତି । ଫେରିବା ପରେ ରୋଷେଇ ହୁଏ । ଠିକ ୮ ବେଳକୁ ଖାଦ୍ୟ ଧରି ଯୋଶେଫ ଛାତ ଉପରେ ପହଞ୍ଚିଯିବା ପରେ କୁଆଡେ ଥାଆନ୍ତି ପକ୍ଷୀ କିଛି କ୍ଷଣ ପରେ ଆସି ଆସ୍ଥାନ ପକାଇ ରୁଣ୍ଡ ହୋଇଯାଆନ୍ତି । ସୁନାମୀ ପରେ ପରେ କିଛି ପକ୍ଷୀ ଆହାର ଅନ୍ୱେଷଣ ରେ ଯୋଶେଫଙ୍କ ଛାତ ଉପରକୁ ଆସିଥିଲେ । ପ୍ରଥମେ ୧୦ ପରେ ୧୦୦ ଓ ଏବେ ଏହି ସଂଖ୍ୟା ପହଞ୍ଚିଛି ୪ ହଜାର ରେ । ୪୦୦୦ ପକ୍ଷୀଙ୍କୁ ପାଳିବା ଛୋଟ କଥା ନୁହେଁ । କିନ୍ତୁ ଅନେକ କିଛି ବର୍ଷ ହେଲା ଏଭଳି କରି ଆସୁଛନ୍ତି ଏହି ପକ୍ଷୀପ୍ରେମୀ ଯୋଶେଫ ।
