କଂଗ୍ରେସ ପାର୍ଟିର ଅନ୍ତଃଦ୍ୱନ୍ଦ୍ୱ ପୁଣିଥରେ ଦେଖିବାକୁ ମିଳିଛି । ଯଦିଓ ଏହା ପୂରାପୁରି ସାମ୍ନାକୁ ଆସି ନାହିଁ ତଥାପି ଦଳରେ କିଛି ନେତା ଅସନ୍ତୁଷ୍ଟ ଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଉତ୍ତର ଭାରତରୁ ଜଡ଼ିତ ପାର୍ଟିର ବରିଷ୍ଠ ନେତା ଜମ୍ମୁ ପହଂଚିଛନ୍ତି ଏବଂ କୁହାଯାଉଛି ଯେ ଆଜି ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ କିଛି ପ୍ରତିକ୍ରିୟା ଜାରି ହୋଇପାରେ ।
ଋାହୁଲ ଗାନ୍ଧୀ ଉତ୍ତର-ଦକ୍ଷିଣକୁ ନେଇ ବୟାନ ଦେଇଥିଲେ । ରାହୁଲଙ୍କ ଏହି ବୟାନରେ ଦଳର ଅନେକଗୁଡ଼ିଏ ନେତା ଅସନ୍ତୁଷ୍ଟ ଦେଖାଯାଇଛନ୍ତି । କଂଗ୍ରେସର ଏହି ଅସନ୍ତୁଷ୍ଟ ନେତାଙ୍କୁ ଜି-୨୩ ଭାବେ ଜଣାଯାଇଥାଏ । କାରଣ ସେମାନେ ଗତବର୍ଷ ଚିଠି ଲେଖି କଂଗ୍ରେସର ହାଇକମାଣଙ୍କ ଉପରେ ପଶ୍ନ ଉଠାଇଥିଲେ । ଯଦି ଜି-୨୩ର ନେତା କୌଣସି କଡ଼ା ବୟାନ କରନ୍ତି, ତା’ହେଲେ ୫ ରାଜ୍ୟ (ତାମିଲନାଡୁ, ପୁଡୁଚେରୀ, କେଳର, ପଶ୍ଚିମବଙ୍ଗ ଓ ଆସାମ)ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଲାଗି ଏକ ବଡ଼ ଅସୁବିଧା ଦେଖାଯିବ ।
ଜମ୍ମୁ ପହଂଚିଥିବା ନେତାଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା କପିଳ ସିବଲ ଓ ରାଜବବର ସାମିଲ ଅଛନ୍ତି । ନାମ ଗୋପନ ରଖି କଂଗ୍ରେସର ଜି-୨୩ ନେତାରେ ସାମିଲ ଥିବା ଜଣେ ବ୍ୟକ୍ତି କହିଛନ୍ତି ଏହା ରାହୁଲ ଗାନ୍ଧୀଙ୍କ ଲାଗି ବାର୍ତ୍ତା ହେବ । ସେ କହିଛନ୍ତି ଯେ, ଆମେ ଦେଶକୁ କହିବୁ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତ ଏକ ।


