ଏକ ମେଜିକ ଟାୟାର ବଜାରକୁ ଆସିଛି । ଏହା ଯେଉଁ ଗାଡ଼ିରେ ଲାଗିଥିବ ସେ ଗାଡି ରାସ୍ତାରେ ପମ୍ପଚର ହେବନି କି ଚକ ଫାଟିବନି । ସମ୍ବଲପୁର ର ଜଣେ ଇଞ୍ଜିନିୟର ଏହି ବିରଳ ଟାୟାର ର ଉଦ୍ଭାବକ ଏଭଳି ଟାୟାର ଉଦ୍ଭାବନ ପାଇଁ ତାଙ୍କୁ ନାସା ପ୍ରଶଂସା କରିବା ପରେ ନୀତି ଆୟୋଗ ଉତ୍ପାଦନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଦିଲ୍ଲୀ ରେ ଏବେ ଏହି ଓଡ଼ିଆ ଇଞ୍ଜିନିୟର ଉତ୍ପାଦନ ୟୁନିଟ ଆରମ୍ଭ କରିଛନ୍ତି ।
କ୍ରିକେଟର ସୁରେଶ ରାଇନା, ଅଭିନେତା ରୁ ରାଜନେତା ହୋଇଥିବା ସନ୍ନି ଦେଓଲ, ଆର ଏସ ଏସ ପ୍ରମୁଖ ଡକ୍ଟର ମୋହନ ଭାଗବତ ଙ୍କ ସୌଭାଗ୍ୟ ଯେ ତାଙ୍କ ଗାଡି ର ଟାୟାର ବ୍ରଷ୍ଟ ସତ୍ତ୍ୱେ ସେମାନେ ସାମାନ୍ୟ ଆହତ ହୋଇ ନିଜ ଜୀବନକୁ ବଞ୍ଚାଇ ପାରିଲେ । କିନ୍ତୁ ସଡ଼କ ଦୁର୍ଘଟଣା ସମ୍ପର୍କିତ ସୁପ୍ରିମକୋର୍ଟ ଙ୍କ ଏକ କମିଟି ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଆମ ଦେଶରେ ସଡ଼କ ଦୁର୍ଘଟଣା ରେ 1.40.000ଲୋକଙ୍କ ମୃତ୍ୟ ଘଟେ । ଏଥିରେ 582.000ଲୋକ ଆହତ ହୁଅନ୍ତି ଓ ଦେଶର 3%ଜିଡିପି ର କ୍ଷତି ଘଟେ । ସବୁ ଦୁର୍ଘଟଣା ମଧ୍ୟରୁ 15 %ଦୁର୍ଘଟଣା ଟାୟାର ର ପମ୍ପଚର କାରଣରୁ ଘଟିଥାଏ । ଏହି ସମସ୍ୟାର ସମାଧାନ କରିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର ସମୀର ପଣ୍ଡା । ପଣ୍ଡା ଏକ ଅଭିନବ ମେଜିକ ଟାୟାର ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛନ୍ତି । ମାସେ ତଳେ ଉତ୍ପାଦନ ୟୁନିଟ ର ପୂଜା ସମ୍ପନ୍ନ ହୋଇଛି ।
ଏହି ଟାୟାର ର ନାଁ ଟି କେ ଟାୟାର ରଖାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହା ଏଭଳି ପ୍ରଯୁକ୍ତି ରେ ତିଆରି ହୋଇଛି ଯାହା କେବେ ବି ପମ୍ପଚର କିମ୍ବା ଵ୍ରଷ୍ଟ ହେବନି । ବିଗତ 5 ବର୍ଷ ଧରି ଟାୟାର ଉପରେ ଅଧିକ ଗବେଷଣା ପରେ ଏହାକୁ ନାସା ଉଚ୍ଚ ପ୍ରଶଂସା କରିଛି ଓ ଭାରତ ସରକାର ଙ୍କ ନୀତି ଆୟୋଗ ଆର୍ଥିକ ସହାୟତା ପ୍ରଦାନ କରିଛି I ଏବେ ଓଡ଼ିଆ ପୁଅ ଙ୍କ ଏଭଳି ପ୍ରୟାସ ଦେଶର 15 ପ୍ରତିଶତ ସଡ଼କ ଦୁର୍ଘଟଣା କମାଇବାରେ ଏକ ପ୍ରମୁଖ ଅସ୍ତ ବିବେଚିତ ହେବାକୁ ଯାଉଛି । ସମୀର କହିଛନ୍ତି ଯେ ରାସ୍ତାରେ ପଡିଥିବା କଣ୍ଟା ଯଦି ଟାୟାର ରେ ପ୍ରବେଶ କରେ ତେବେ ତାହାକୁ ଟାୟାର ଫେରାଇଦିଏ ।


