
ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ । ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ । ଠାବ ହେଲା ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ କରିଛନ୍ତି ବିଏସଏଫ ଯବାନ । ବିପୁଳ ପରିମାଣର ବିସ୍ଫୋରକ ଠାବ ହୋଇଛି । କମ୍ବିଂ ବେଳେ ବିସ୍ଫୋରକ ଜବତ । 60 ଟି ଜିଲେଟିନ, 50 ଟି ଡିଟୋନେଟର, 30 ଟି ଆଇରନ ପ୍ୟାଲେଟ, 5 ବଣ୍ଡଲ ବିଦ୍ୟୁତ ତାର ଜବତ ହୋଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଯୋଜନା କରିଥିବା କୁହାଯାଉଛି ।
