ବାଲିନୀତିକୁ ନେଇ ଗୃହରେ ଉଠିଲା ଝଡ, ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କାହିଁକି ବୋଲି : ପ୍ରଶ୍ନ କଲେ ମୋହନ ମାଝୀ

ବାଲିନୀତିକୁ ନେଇ ଗୃହରେ ଉଠିଲା ଝଡ, ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କାହିଁକି ବୋଲି : ପ୍ରଶ୍ନ କଲେ ମୋହନ ମାଝୀ

ବିଧାନସଭାରେ ବାଲି ତାତି  । ପ୍ରଶ୍ନକାଳରେ ବାଲିନୀତିକୁ ନେଇ ଉଠିଲା ଝଡ  । ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କଣ ପାଇଁ ବୋଲି ପ୍ରଶ୍ନ କଲେ ମୋହନ ଚରଣ ମାଝୀ  । ଗୃହରେ ଆଜି ମୋହନ ଚରଣ ମାଝୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।  

ଆଜି ଗୃହରେ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଓଡିଶାରେ ବାଲିନୀତି ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ  । ଓଡିଶାରେ ବାଲିନୀତି କେବେ ଓ କାହା ଦ୍ୱାରା ନିଷ୍ଟତି ହୋଇଥିଲା  । ଅନ୍ୟ ରାଜ୍ୟରେ ଏହି ବାଲିନୀତି କାର୍ଯ୍ୟକ୍ଷମ ଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ଏତେ ବିଳମ୍ବ ହେବା କାରଣ କଣ ବୋଲି ପ୍ରଶ୍ନ କରିଥିଲେ ମୋହନ ମାଝୀ   ।  ଚିଠା ପ୍ରସ୍ତୁତ ଓ ତର୍ଜମା କେଉଁ ପ୍ରଯ୍ୟାୟରେ ରହିଛି  ଏବଂ କେବେ କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ ପଚାରିଥିଲେ  । ଏହା ସହ ରାଜ୍ୟରେ ବେଲିର ଚାହିଦା କେତେ ରହିଛି  । 2015-16ରୁ 2021 ଯାଏଁ କେତେ ପରିମାଣର ବାଲି ଉତ୍ତୋଳନ ହୋଇଛି ? ବିଦେଶକୁ ବାଲି କେବେ ବାଲି ରପ୍ତାନୀ ହୋଇଛି ?

ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ୨୦୧୮ ମସିହାରେ ଏହି ନୀତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା  । ରାଜ୍ୟର ବାର୍ଷିକ ଚାହିଦା ସ୍ଥିର ହୋଇନାହିଁ  । ଏଯାବତ ବିଦେଶକୁ ବାଲି ଚାଲାଣ ହେଉନାହିଁ । କେବଳ ଦୁଇ ତିନିଟି ରାଜ୍ୟକୁ ଦିଆଯାଉଛି । ଏଯାଏ କୈଣସି ତର୍ଜମା ହୋଇନାହିଁ ବୋଲି ଚୋରି ହେଉଥିବା ଅଭିଯୋଗ କଲେ ମୋହନ ମାଝୀ ।ବାଲି ବାବଦରେ ୧୫୦୦ କୋଟି ପାଉଛନ୍ତି । ବୋଲି ଚୋରି ହେଉଥିବା ରୁ ୪ରୁ ୫ ହଜାର କୋଟି ହରାଉଛି ରାଜ୍ୟ ।

Leave a Reply

Your email address will not be published. Required fields are marked *