ସାଇକେଲ ଚୋରି ରୁ ମହାଭାରତ, ହଣାକଟାରେ ଜଣେ ଗୁରୁତର

ସାଇକେଲ ଚୋରି ରୁ ମହାଭାରତ, ହଣାକଟାରେ ଜଣେ ଗୁରୁତର

ସାଇକେଲ ଚୋରିରୁ ମହାଭାରତ । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହଣାକଟାରେ ଜଣେ ଗୁରୁତର । ଢେଙ୍କନାଳ କାମାକ୍ଷାନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାମାକ୍ଷାନଗର ଥାନା ଅନ୍ତର୍ଗତ ରାଇସିଙ୍ଗା ଗ୍ରାମରେ ଚରଣ ନାୟକଙ୍କ ଘରୁ ଗତ କାଲି ତାଙ୍କ ସାଇକେଲ ଚୋରି ହୋଇଥିବା ବେଳେ ଏହାକୁ ନେଇ ଆଜି ସକାଳୁ ସେହି ଗ୍ରାମର ବାଦଲ ନାୟକଙ୍କୁ ସନ୍ଦେହ କରି ଚରଣ ତାଙ୍କୁ ସାଇକେଲ ଚୋରି ବିଷୟରେ ପଚାରିଥିଲେ ଏଂବ ଏଇଠୁ ଆରମ୍ଭ ହୋଇଥିଲା ପୁରା ଘଟଣା । ଚରଣ ନାୟକ ସାଇକେଲ ଚୋରି କଥା ପଚାରିବାରୁ ବାଦଲ ହଠାତ୍ ଏହି କଥାରେ ଉତକ୍ଷିପିତ ହୋଇ ଏକ ଟାଙ୍ଗିଆରେ ଚରଣଙ୍କୁ ଆକ୍ରମଣ କରିଥିଲେ । ଫଳରେ ଚରଣ ଘଟଣାସ୍ଥଳରେ ହିଁ ଗୁରୁତର ହୋଇ ପଡିଥିଲେ । 

ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚରଣଙ୍କ ବେକରେ ଅତି ଗୁରୁତର ଭାବରେ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଅଧିକ ସଂକଟାପ୍ନ ହେବାରୁ ତାଙ୍କୁ ପୁଣି ଢେଙ୍କନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ୍ ବାଦଲ ନାୟକଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଟାଙ୍ଗିଆକୁ ଜବତ୍ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *