ଜେଲ ଭିତରେ ବାହାଘର-

ଜେଲ ଭିତରେ ବାହାଘର-

ପ୍ରେମରୁ ପ୍ରତାରଣା ଆଉ ତା ପରେ ପୁଣି ବୁଝାମଣା । ଏଭଳି ଘଟିଛି ଚୌଦ୍ୱାର ମଣ୍ଡଲ ଜେଲ୍ ରେ । ପୂର୍ବରୁ ଯେଉଁ ପ୍ରେମିକକୁ ପ୍ରତାରକ ର ଆଖ୍ୟା ଦେଇ ଜେଲ୍ ପଠାଇ ଦେଇଥିଲେ ଏବେ ପୁଣି ସେହି ପ୍ରେମିକ ସହିତ ମନ ମିଶିଛି ଆଉ ହୋଇଛି ବାହାଘର । ଜେଲ ଭିତରେ ପୋଲିସ୍ ହେପାଜତରେ ଆଜି ଏଭଳି ଏକ ବାହାଘର ହୋଇଛି ଯାହା ବର୍ତମାନ ଚର୍ଚ୍ଚା ସାଉଁଟିଛି । କଟକ ଭାଙ୍ଗୁରୁଭାଡିର ଜଣେ ଯୁବକ ରାଜେଶ ସିଂହ ପ୍ରେମ ପରେ ତାଙ୍କ ପ୍ରେମୀକାଙ୍କ ସହିତ ପ୍ରତାରଣା କରିଥିବା ଅଭିଯୋଗରେ ବିଚାର ବିଭାଗୀୟ ହାତରେ ସଜ୍ଜା କାଟୁଥିଲେ । ଏହାପରେ ବହୁ ବାଦ ବିବାଦରେ ପୁଣି ଥରେ ହୋଇଥିଲା ଆପୋଷ ବୁଝାମଣା ଆଉ ଉଭୟଙ୍କ ପରିବାର ଲୋକଙ୍କ ସହାୟତାରେ ଏବେ ସମ୍ପନ୍ନ ହୋଇଛି ଦୁଇ ଜଣଙ୍କ ବାହାଘର ।

ତେବେ ଯୁବତୀ ଜଣଙ୍କ କଟକ ଜିଲ୍ଲା ଗୁରୁଡିଝାଟିଆର ମଞ୍ଜୁ ଚାତାର ବୋଲି ଜଣା ପଡିଥିବା ବେଳେ ସେ ଏବେ ତିନି ମାସର ଏକ ଶିଶୁ ର ଜନନୀ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *