କୁନିକୁ ସହାୟତାର ହାତ ବଢ଼ାଇ ହୃଦୟ ଜିଣିଲେ ସବ୍ୟସାଚୀ-

କୁନିକୁ ସହାୟତାର ହାତ ବଢ଼ାଇ ହୃଦୟ ଜିଣିଲେ ସବ୍ୟସାଚୀ-

ପୁଣି ହୃଦୟ ଜିଣିଲେ ସବ୍ୟସାଚୀ  । ପୁରୀର କୁନିଙ୍କ ମୁହଁରେ ଫେରାଇଲେ ହସ । କୁନିଙ୍କ ଟ୍ୟୁମର ସଂପର୍କରେ ଏକ ଖବର ଦେଖି ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ  । ଏବେ କୁନି ଯନ୍ତ୍ରଣାରୁ ମୁକ୍ତ ହୋଇଛନ୍ତି  । ଆଉ କହିଛନ୍ତି,  ଥ୍ୟାଙ୍କୟୁ ସବ୍ୟ ଭାଇ  ।  

କୁନିଙ୍କ ମୁହଁରେ ହସ ଫୁଟାଇପାରିଛନ୍ତି ଅଭିନେତା ସବ୍ୟସାଚୀ  ।  କୁନି ହେଉଛନ୍ତି ପୁରୀ ବାଲିପଡ଼ା ଗାଁର କୁନି ପଣ୍ଡା  । ହାତରେ ଟ୍ୟୁମର ହୋଇଥିଲା, 7 ମାସରେ ବଢ଼ି ବଢ଼ି ଅସହ୍ୟ ହୋଇଥିଲା ଯନ୍ତ୍ରଣା । ଡାକ୍ତର କହିଥିଲେ ଖର୍ଚ୍ଚ ହେବ ଦେଢ଼ ଲକ୍ଷ ଟଙ୍କା  । ଶେଷରେ କ୍ୟାମେରା ଆଗରେ ମାଗିଥିଲେ ସହାୟତାର ହାତ  ।  ସହାୟତାର ହାତ ବଢ଼ାଇ ସବ୍ୟସାଚୀ ତାଙ୍କ ଚିକିତ୍ସା କରାଇଥିଲେ  । ଚିକିତ୍ସା ସଫଳ ହୋଇଛି  । କୁନି ଏବେ ବହୁତ ଖୁସି ଅଛନ୍ତି  ।

Leave a Reply

Your email address will not be published. Required fields are marked *