ଚତୁର୍ଥ ଟେଷ୍ଟ ପୂର୍ବରୁ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲା ବିରାଟ ବାହିନୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ

ଚତୁର୍ଥ ଟେଷ୍ଟ ପୂର୍ବରୁ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇଲା ବିରାଟ ବାହିନୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ

ମାର୍ଚ୍ଚ ୪ ତାରିଖରୁ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ ଟିମ । ବିସିସିଆଇ ପକ୍ଷରୁ ଆଜି ଟ୍ୱିଟ କରାଯାଇଥିବା ଏକ ଭିଡିଓରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟ ଖେଳାଳି ନେଟସରେ ଅଭ୍ୟାସ କରୁଥିବାର ନଜରକୁ ଆସିଛନ୍ତି । ଏହି ଟେଷ୍ଟରେ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇପାରେ ଭାରତ । ଯଶପ୍ରୀତ ବୁମ୍ରା ଏବଂ ୱାସିଙ୍ଗଟନ ସୁନ୍ଦରଙ୍କ ସ୍ଥାନରେ ଅନ୍ୟ ଦୁଇ ଖେଳାଳି ପ୍ଲେଇଙ୍ଗ ଏକାଦଶରେ ନଜର ଆସିପାରନ୍ତି । ଏହି ଟେଷ୍ଟ ସିରିଜରେ ଭାରତ ୨-୧ ରେ ଆଗରେ ରହିଛି ।  

Leave a Reply

Your email address will not be published. Required fields are marked *