ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଲେ-

ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଲେ-

ରାଜଧାନୀ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲ ମାନେ । ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି ଅଂଶ ବା ସବ୍ ପ୍ଲଟକୁ ବିକ୍ରି କରିପାରିବେ ନାହିଁ । ଯଦି ବିକ୍ରି କରିବେ ପୁରା ଜମିକୁ ବିକ୍ରି କରିବେ । ଏହି ନିୟମ ବିଡ଼ିଏ ଜାରି କରିଛି ବୋଲି ଅଭିଯୋଗ ଆଣିଛନ୍ତି ଓକିଲମାନେ । ବିଲଡର ପ୍ରଭାବରେ ବିଡ଼ିଏ ଏହି ନିୟମ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି । ନିୟମରେ ପରିବର୍ତ୍ତନ ନହେଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *