ଗାଁ ଲୋକେ କୁଖ୍ୟାତ ଡକାୟତ ପାଙ୍ଗାକୁ ପିଟି ପିଟି ମାରିଦେଲେ-

ଗାଁ ଲୋକେ କୁଖ୍ୟାତ ଡକାୟତ ପାଙ୍ଗାକୁ ପିଟି ପିଟି ମାରିଦେଲେ-

ନୟାଗଡରେ କୁଖ୍ୟାତ ଡକାୟତ ପାଙ୍ଗା ଓରଫ ପ୍ରଭାତ ରାଉତର ମୃତ୍ୟୁ  । ଗାଁରେ ଡକାୟତି ଉଦ୍ୟମ ବେଳେ ପିଟି ପିଟି ମାରିଦେଲେ ଗାଁ ଲୋକେ ! ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାର ବାରବାଟୀ ଗାଁରେ  ।

ସୂଚନାନୁସାରେ, ବାରବାଟୀ ଗାଁରେ  ଡକାୟତି ଉଦ୍ୟମ ବେଳେ କାବୁ କରିଥିଲେ ଗ୍ରାମବାସୀ  । ସେଠାରେ ଗାଁ ଲୋକେ ପିଟି ପିଟି ପାଙ୍ଗାକୁ ଲହୁଲୁହାଣ କରିଥିଲେ  । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା  । ଗୁରୁତର ଅବସ୍ଥାରେ ପାଙ୍ଗାକୁ ଗାଁ ଲୋକଙ୍କ କବଳରୁ ଉଦ୍ଧାର କରି ମେଡିକାଲ ନେଇଥିଲା ପୋଲିସ  । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି  । ଏସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ । ପାଙ୍ଗା ଗ୍ୟାଙ୍ଗ ଗଠନ କରି ନୟାଗଡ ଜିଲ୍ଲାରେ ଆତଙ୍କ ଖେଳାଇଥିଲା  । କୁଖ୍ୟାତ ଡକାୟତ ପାଙ୍ଗା ନାଁରେ ଆଗରୁ ଥାନାରେ ଅନେକ ମାମଲା ରହିଛି  ।

Leave a Reply

Your email address will not be published. Required fields are marked *