ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମୁଦ୍ରିକ ଭାରତ ସମ୍ମିଳନୀ -୨୦୨୧ ର ଉଦଘାଟନ କରିବେ । ଏହି ତିନି ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତିନି ଦିନିଆ ସାମୁଦ୍ରିକ ଭାରତ ସମ୍ମିଳନୀ -୨୦୨୧ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏକ ଭର୍ଚୁଆଲ୍ ପ୍ଲାଟଫର୍ମ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଆସନ୍ତା ଦଶନ୍ଧି ପାଇଁ ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ରୋଡ୍ ମ୍ୟାପ୍ ଭିଜୁଆଲ୍ କରିବ ଏବଂ ଭାରତକୁ ପୁରା ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରର ଏକ ଭିନ୍ନ ପରିଚୟ ଦେବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଭାରତରେ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀ ରେ ଡେନମାର୍କ ଏକ ଅଂଶୀଦାର ଦେଶ ହୋଇଥିବା ବେଳେ ଏହି ସମ୍ମିଳନୀରେ ବିଭିନ୍ନ ଦେଶର ବିଶିଷ୍ଟ ବକ୍ତାମାନେ ଯୋଗଦେବେ ଏବଂ ଭାରତୀୟ ସାମୁଦ୍ରିକ ଡୋମେନରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ଏବଂ ନିବେଶ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଡେମୋ ଅଧିବେଶନ ସହିତ ଭର୍ଚୁଆଲ୍ ପ୍ରଦର୍ଶନୀ ଅତ୍ୟାଧୁନିକ ଜ୍ଞାନକୌଶଳ, ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବା ସହିତ ସାମୁଦ୍ରିକ କ୍ଷେତ୍ରର ଅତ୍ୟାଧୁନିକ ବିକାଶ ବିଷୟରେ ଜ୍ଞାନ ବିସ୍ତାର କରିବାରେ ସାହାଯ୍ୟ କରିବ ।
