ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ।
ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସକାଳୁ ଭିଜିଲାନ୍ସ ବିଭାଗର 6ଟି ଟିମ ଏକକାଳୀନ 6ଟି ସ୍ଥାନରେ ରେଡ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାରଠାରେ କେ.ନାଗେଶ୍ୱର ସେନାପତିଙ୍କ ବାସଭବନ, ବ୍ରହ୍ମପୁର ସ୍ଥିତ ଶଳାଘର, ଆସିକା ସ୍ଥିତ ପୈତୃକ ବାସଭବନ, ରାୟଗଡ଼ ଅଫିସ ଓ ଛଅମାଇଲ ଠାରେ ପାର୍ଟନରସିପରେ ଚାଲିଥିବା ଇଟା ଫ୍ୟାକ୍ଟ୍ରି ଉପରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଚଢାଉ ବେଳେ ଅନେକ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି ।
