ମିଆଁମାର ହିଂସା: ନିଜ ଜୀବନକୁ ବାଜି ଲଗାଇ ସମାଜକୁ ଏମିତି ବାର୍ତ୍ତା ଦେଲେ ୧୯ ବର୍ଷୀୟ ଯୁବତୀ

ମିଆଁମାର ହିଂସା: ନିଜ ଜୀବନକୁ ବାଜି ଲଗାଇ ସମାଜକୁ ଏମିତି ବାର୍ତ୍ତା ଦେଲେ ୧୯ ବର୍ଷୀୟ ଯୁବତୀ

୧୯ ବର୍ଷୀୟ ଏଞ୍ଜେଲ ଯେତେବେଳେ ମିଆଁମାରର ସେନା ବିରୋଧରେ ବିରୋଧ-ପ୍ରଦର୍ଶନରେ ଶାମିଲ ହୋଇଥିଲେ, ସବୁକିଛି ଠିକ୍‌ଠାକ ଆଶା କରାଯାଉଥିଲା । ନୃତ୍ୟ ଶିଳ୍ପୀ ଓ ତାଇକୋଣ୍ଡୋ ଚାମ୍ପିଅନ ଏଞ୍ଜେଲ ଏକ କଳାରଂଗର ଟି-ସାର୍ଟ ପିନ୍ଧିଥିଲେ । ଏଥିରେ ଲେଖାଥିଲା ଯେ, ସବୁକିଛି ଠିକ୍ ହେବ । କିନ୍ତୁ ଏହା ହୋଇ ନଥିଲା । ସେନାର ଗୁଳି ମୁଣ୍ଡକୁ ଲକ୍ଷ୍ୟ ଭେଦ କରି ଆରପଟକୁ ବାହାରି ଯାଇଥିଲା । ସୂଚନାଯୋଗ୍ୟ କିଛି ଦିନ ହେବ ମିଆଁମାରରେ ସରକାରଙ୍କ ବିରୋଧରେ ଜନତା ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ୩୩ରୁ ଅଧିକ ଲୋକଙ୍କର ଗୁଳିରେ ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । 

୧୯ ବର୍ଷୀୟ ଯୁବତୀ ଏଞ୍ଜେଲଙ୍କୁ ଜଣାଥିଲା ଯେ, ଦେଶର ଶକ୍ତିଶାଳୀ ଓ କ୍ରୁର ସେନାକୁ ସେ ସମ୍ମୁଖୀନ ହେବାକୁ ଯାଉଛନ୍ତି । କାରଣ ମିଆଁମାରର ସେନା ରକ୍ତର ହୋଲି ଖେଳିବାକୁ ପଛାଇ ନଥାଏ । ଯୁବତୀ ଜଣକ ଲେଖିଥିଲେ ଯେ, ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ତାଙ୍କର ଶରୀରକୁ ଦାନ କରି ଦିଆଯାଉ । ଏଞ୍ଜେଲ ଯାହା ଆଶା କରିଥିଲେ ତାହା ବୁଧବାର ସତ୍ୟରେ ପରିଣତ ହୋଇଛି । 

କାୟଲ ସିନ ନାଁରେ ଜଣାଶୁଣା ଏଞ୍ଜେଲ ଯଦିଓ ଆଉ ନାହାନ୍ତି, କିନ୍ତୁ ଗଣତନ୍ତ୍ରରେ ତାଙ୍କର ବଳିଦାନକୁ ପ୍ରଶଂସା କରାଯାଉଛି । ସାମାଜିକ ଗଣମାଧ୍ୟମରେ ତାଙ୍କର ଫଟୋ ଭାଇରାଲ ହେଉଛି । ତାଙ୍କର ଫଟୋ ମିଆଁମାର ସେନାର ବୀଭତ୍ସ ଭାବମୂର୍ତ୍ତିକୁ ମଧ୍ୟ ଉଜାଗର କରୁଛି ଏବଂ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଗଣତନ୍ତ୍ରର ସମର୍ଥକଙ୍କୁ କେତେଦିନ ଯାଏଁ ଟାର୍ଗେଟ କରାଯିବ । 

Leave a Reply

Your email address will not be published. Required fields are marked *