କର୍ଣ୍ଣାଟକର ବିଧାନସଭାରେ ନିଜ ସାର୍ଟ ଖୋଲିଦେଲେ କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର-

କର୍ଣ୍ଣାଟକର ବିଧାନସଭାରେ ନିଜ ସାର୍ଟ ଖୋଲିଦେଲେ କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର-

କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ପ୍ରଦର୍ଶନ କରିବା ବେଳେ ନିଜେ ପିନ୍ଧିଥିବା ସାର୍ଟକୁ କାଢ଼ି ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟରେ କୁହାଯାଉଛି ଯେ, ବିଧାୟକ ଭଦ୍ରାବତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ସେ ଅସନ୍ତୁଷ୍ଟ ଥିଲେ ଏବଂ ଏଫଆଇଆରରେ ନିଜ, ନିଜ ପରିବାରର ସଦସ୍ୟ ଏବଂ କିଛି ସମର୍ଥକଙ୍କ ନାଁ ହଟାଇବାକୁ ଚାହୁଁଥିଲେ । 

ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାରଙ୍କ ‘ୱାନ୍ ନ୍ୟାସନ, ୱାନ୍ ଇଲେକଶନ’ ନୀତିକୁ ମଧ୍ୟ ବିରୋଧ କରିଥିଲେ । ଏହାକୁ ସେ ଆରଏସ୍‌ଏସ୍‌ର ଏଜେଣ୍ଡା ଦର୍ଶାଇଥିଲେ । ଏହାର ଜବାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା କହିଥିଲେ ଯେ ସେ ଜଣେ ଗର୍ବିତ ଆରଏସଏସ ସଦସ୍ୟ ଏବଂ ସିଦ୍ଧରମୈୟା ଆରଏସଏସ ସଂପର୍କରେ କିଛି କହିବାର ଅଧିକାର ନାହିଁ । 

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭାରେ ଗୃହ ଚାଲିଥିବା ବେଳେ ଅନେକ ସମୟରେ ବିଶୃଙ୍ଖଳା ଦେଖାଯାଉଛି । ପୂର୍ବରୁ ମଧ୍ୟ ଏଭଳି ବିଶୃଙ୍ଖଳିତ କାମ ଦେଖାଯାଇଛି, ଯାହାର କି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

Leave a Reply

Your email address will not be published. Required fields are marked *