ମୁଥୂଟ ଗ୍ରୁପର ଚେୟାରମ୍ୟାନ ଏମ୍ଜି ଜର୍ଜ ମୁଥୂଟଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଜର୍ଜ ମୁଥୂଟ ୭୨ ବର୍ଷ ବୟସ ଥିଲେ । ମୁଥୂଟ ଫାଇନାନ୍ସ ଦେଶର ସବୁଠାରୁ ବଡ଼ ସୁନା ଋଣ ଘରୋଇ ବ୍ୟାଙ୍କିଙ୍ଗ ଅର୍ଥ କଂପାନୀ ନାଁରେ ଜଣାଶୁଣା ।
ଏମ୍ଜି ଜର୍ଜ ମୁଥୂଟ ନିଜ ପରିବାରର ତୃତୀୟ ପିଢ଼ିର ସଦସ୍ୟ ଥିଲେ । ସେ ଗ୍ରୁପର ଅଧ୍ୟକ୍ଷ ପଦରେ ଥିଲେ । ସେ ଅର୍ଥୋଡକ୍ସ ଚର୍ଚ୍ଚର ଟ୍ରଷ୍ଟି ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମିତିର ସଦସ୍ୟ ମଧ୍ୟ ଥିଲେ ।
ଜର୍ଜ ମୁଥୂଟ ଫିଫ୍ଟି କେରଳ ରାଜ୍ୟ ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ । ଜର୍ଜ ମୁଥୂଟ ସେହି ୬ ଜଣ ମଲିୟାଲି ଲୋକଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ଗତ ବର୍ଷ ଫୋବର୍ସ ପତ୍ରିକାର ଧନୀ ତାଲିକାରେ ସାମିଲ ହୋଇପାରିଥିଲେ । କୁହାଯାଉଛି ଯେ, ଏମ୍ଜି ଜର୍ଜ ମୁଥୂଟଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା କଂପାନୀ ବିଶ୍ୱବ୍ୟାପୀ ୫୦୦୦ରୁ ଅଧି ଶାଖା ଏବଂ ୨୦ରୁ ଅଧିକ ଭିନ୍ନ ଭିନ୍ନ ବ୍ୟବସାୟ କରିଥାଏ ।
