ବର୍ଷା- ଅନୁଭବ ବିବାଦ, ଦିଲ୍ଲୀରୁ କଟକ ସ୍ଥାନାନ୍ତର ହେଲା ପାରିବାରିକ ବିବାଦ ମାମଲା

ବର୍ଷା- ଅନୁଭବ ବିବାଦ, ଦିଲ୍ଲୀରୁ କଟକ ସ୍ଥାନାନ୍ତର ହେଲା ପାରିବାରିକ ବିବାଦ ମାମଲା

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହୋଇଛି  । ଦିଲ୍ଲୀର ପଟିଆଲା ହାଉସକୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ଏବାବଦରେ ସାଂସଦ ଅନୁଭବଙ୍କ ଓକିଲ କହିଛନ୍ତି ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରିନଥିଲେ । ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା । ଏପରିକି ଯଥାଶୀଘ୍ର ଶୁଣାଣି ଆରମ୍ଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ । ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଅନୁଭବଙ୍କ ଓକିଲ ଅଶ୍ୱୀନି ଦୁବେ କହିଛନ୍ତି ।

ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଏହାପରେ ଭରଣ ପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟ ଯାଇଥିଲେ ବର୍ଷା । ପରେ ବର୍ଷା ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲିକୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ । ଆଜି ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର କରିଛନ୍ତି ।

Leave a Reply

Your email address will not be published. Required fields are marked *