ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ, କୋଲକାତାରେ କରିବେ ନିର୍ବାଚନୀ ରାଲି

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ, କୋଲକାତାରେ କରିବେ ନିର୍ବାଚନୀ ରାଲି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଗସ୍ତ କରୁଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବିଶାଳ ରାଲିକୁ ସମ୍ବୋଧିତ କରିବେ । ମୋଦୀଙ୍କ ରାଲି ପୂର୍ବରୁ କୋଲକାତାରେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (ସିଆରପିଏଫ୍‌) ଯବାନମାନେ ରୁଟ ମାର୍ଚ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରବିବାର ରାଲିକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରୀରେ ଆରମ୍ଭ କରାଯାଇଥିଲା । ଏହାକୁ ‘ପରିବର୍ତ୍ତନ ଯାତ୍ରା’ର ଏକ ଅଂଶବିଶେଷ ବୋଲି ମଧ୍ୟ କୁହାଯାଉଛି । 

ବିଜେପିର ଜଣେ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବ୍ରିଗେଡ ପରେଡ ପଡ଼ିଆରେ ରାଲି ସହିତ ନିର୍ବାଚନୀ ବିଗୁଲ ଫୁଙ୍କିବେ । ରାଜ୍ୟରେ ୮ଟି ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରବିବାର ଆୟୋଜିତ ହେବାକୁ ଥିବା ରାଲି ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ବଡ଼ କାର୍ଯ୍ୟକ୍ରମ ହେବ । ବିଜେପି ଏହି ରାଲିକୁ ସଫଳ କରିବା ଲାଗି ବହୁସଂଖ୍ୟାରେ ସମର୍ଥକଙ୍କୁ ଏକତ୍ର କରିବାରେ ଲାଗିଛି । ବିଜେପି ରାଜ୍ୟ ବିଧାନସଭା ନିର୍ବାଚନର ୨ ଟି ପର୍ଯ୍ୟାୟ ଲାଗି ପ୍ରାର୍ଥୀଙ୍କ ତାଲିକା ଶୁକ୍ରବାର ଜାରି କରିବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ରାଲି ଯୋଗୁଁ ଏହାକୁ ସ୍ଥଗିତ କରିଦେଇଥିଲା । 

ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ଯେ, ରାଲି ସଂପନ୍ନ ହେବା ପରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ତାଲିତା ଜାରି ହେବ । ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ବିଜେପିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ବିଜେପି ସୂତ୍ରରୁ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ହସ୍ତୀ ମଧ୍ୟ ମଂଚରେ ଉପସ୍ଥିତ ରହିବାରେ ଆଶା କରାଯାଉଛି । ମାତ୍ର ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବାକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । 

Leave a Reply

Your email address will not be published. Required fields are marked *