ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ନିଜର ପ୍ରଥମ ତାଲିକା ଜାରି କରିଦେଇଛି । ବିଜେପି ପ୍ରଥମ ୨ଟି ଦଫା ପାଇଁ ହେବାକୁ ଥିବା ମତଦାନ ଲାଗି ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଏଥିରେ ସ୍ଥାନ ପାଇଛନ୍ତି ଶୁଭେନ୍ଦୁ ଅଧିକାରୀ, ଯାହାଙ୍କୁ କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ମୁଖରେ ନନ୍ଦୀଗ୍ରାମରୁ ଟିକେଟ ଦିଆଯାଇଛି । ସୂଚନାଯୋଗ୍ୟ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମ ଆସନରୁ ଟିକେଟ ଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରୁ ଲଢ଼ିବେ । ବିଜେପି ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡାଙ୍କୁ ମୋୟନା ଆସନରୁ ଓହ୍ଲାଇଛି ।
ବିଜେପିରୁ ଟିକେଟ ମିଳିବା ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ସେ ମମତା ବାନାର୍ଜୀଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇପାରିବେ । ଶୁଭେନ୍ଦୁ କହିଛନ୍ତି ଯେ, ନନ୍ଦୀଗ୍ରାମ ନିର୍ବାଚନ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ନାହିଁ । ସେ କହିଛନ୍ତି ଯେ, ମୁଁ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କୁ ହରାଇ ପୁଣି ଥରେ କୋଲକାତା ପଠାଇଦେବି । କୋଲକାତାର ଲୋକଙ୍କ ସହିତ ନିର୍ଯାତନା ହୋଇଛି । ସେମାନଙ୍କ ସହିତ ଗୁଣ୍ଡାଗିରି ହୋଇ । ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ ଦେବେ ।
