ସିଆରପିଏଫ ଛକରେ ଯୁବକଙ୍କୁ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କଲା ପୋଲିସ

ସିଆରପିଏଫ ଛକରେ ଯୁବକଙ୍କୁ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱରର ସିଆରପିଏଫ ଛକରେ ଯୁବକଙ୍କୁ କାର ଭିତରେ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ  । ସିଆରପି ହତ୍ୟା ଘଟଣା,ପିସିଆର ଭଙ୍ଗା ରୁଜା ଘଟଣା ଓ ଅଭିଯୁକ୍ତଙ୍କୁ ସାଧାରଣ ଲୋକ ମାଡ ମାରିବା ଘଟଣାରେ ପୋଲିସ ତରଫରୁ ରୁଜୁ 3ଟି ମାମଲା ରୁଜୁ ହୋଇଛି ।

ସିଆରପିଏଫ ଛକ ଭିଆଇପି କୋଲନୀ ବିଚ ରାସ୍ତାରେ ଯୁବକଙ୍କୁ ହତ୍ୟା କରାଯାଇଛି । ଦିନ ଦ୍ୱିପ୍ରହରରେ ସିଆରପି ଛକରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଆକ୍ରମଣରେ ଜଣେ ମୃତ  ।  ମୃତ ଯୁବକଙ୍କ ଟୁକୁନା ଦାସ ଓରଫ ଜଟିଆ ବୋଲି ଜଣାପଡିଛି । କାର ଭିତରେ ଜଣେ ଯୁବକଙ୍କୁ ଭୁଜାଲି ଓ ଫାର୍ସାରେ ଅନ୍ୟ 2ଯୁବକ ହାଣିଛନ୍ତି  । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକ ଦୁଇ ଆକ୍ରମଣକାରୀଙ୍କୁ ନିର୍ଧୁମ ପିଟିଥିଲେ । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ସହ ଘଟଣାର ଛାନଭିନ କରୁଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଟକ ଥିବା 2 ଯୁବକ ହେଲେ ସୁଧିର ଓ ସାଗର  । ଆକ୍ରମଣକାରୀ ଓ ମୃତକ ସାଲିଆ ସାହିର ବୋଲି ସୂଚନା ମିଳିଛି  । ପୂର୍ବ ଶତ୍ରୁତାରୁ ଏଭଳି ହୋଇଛି ବୋଲି ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *