ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ, ରାଷ୍ଟ୍ରପତି ମାଇକ୍ରୋ ଜଣାଇଲେ ଶୋକ

ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ, ରାଷ୍ଟ୍ରପତି ମାଇକ୍ରୋ ଜଣାଇଲେ ଶୋକ

ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଡସଲ୍ଟଙ୍କ ମୃତ୍ୟୁରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ଶୋକ ଜଣାଇଛନ୍ତି । ସୂଚନାଯୋଗ୍ୟ, ଡସଲ୍ଟ ଫ୍ରାନ୍ସର ସାଂସଦ ମଧ୍ୟ ଥିଲେ । 

ଫ୍ରାନ୍ସ ଶିଳ୍ପପତି ଓ ହଜାର ହଜାର କୋଟି ସଂପତ୍ତିର ମାଲିକ ସର୍ଜ ଡସଲ୍ଟଙ୍କ ବଡ଼ ପୁଅ ହେଉଛନ୍ତି ଓଲିଭିୟର ଡସଲ୍ଟ । ସେ ମୃତ୍ୟୁ ବେଳକୁ ୬୯ ବର୍ଷ ବୟସର ଥିଲେ । ତାଙ୍କର କଂପାନୀ ରାଫେଲ ଲଢୁଆ ବିମାନ ମଧ୍ୟ ଉତ୍ପାଦନ କରିଥାଏ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର ଡସଲ୍ଟ ବ୍ୟକ୍ତିଗତ ହେଲିକପ୍ଟର ନର୍ମଡୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ସମୟରେ ସେ ଛୁଟି ବିତାଇବାକୁ ବାହାରିଥିଲେ । ଡସଲ୍ଟଙ୍କ ପରଲୋକରେ ରାଷ୍ଟ୍ରପତି ଇମାନୁଏଲ ଶୋକ ଜଣାଇଛନ୍ତି । ସେ ଶିଳ୍ପ, ନେତା, ବାୟୁସେନା ଓ କମାଣ୍ଡର ଭାବେ ଦେଶର ସେବା କରିଛନ୍ତି ବୋଲି ଇମାନୁଏଲ ଟୁଇଟରେ ଉଲ୍ଲେଖ କରିଛନ୍ତି । 

Leave a Reply

Your email address will not be published. Required fields are marked *