କୋଲକାତାର ବହୁତଳ କୋଠାରେ ନିଆଁଲାଗିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ଜଣାଇଲେ

କୋଲକାତାର ବହୁତଳ କୋଠାରେ ନିଆଁଲାଗିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ଜଣାଇଲେ

କୋଲକାତାର ବଡ଼ବଜାରସ୍ଥିତ ଷ୍ଟ୍ରେଣ୍ଡ ରୋଡ଼ରେ ଥିବା ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଦମକଳ ବାହିନୀର କର୍ମଚାରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ହେସିପରି ଅଗ୍ନିକାଣ୍ଡରେ ଆହତ ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ୧୭ ମହଲା ବିଶିଷ୍ଟ କୋଠାରେ ଗତକାଲି ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । କୋଠାର ୧୨ ମହଲାରେ ନିଆଁ ଲାଗିଥିଲା । ପୋଲିସ କହିଛି ଯେ, ଦମକଳ ବାହିନୀର ୮ଟି ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲା । କୋଠାକୁ ଖାଲି କରି ଦିଆଯାଇଛି । ସେହିପରି ସଂପୃକ୍ତ ଅଂଚଳରେ ଲୋକଙ୍କର ଯାତାୟତ ମଧ୍ୟ ବନ୍ଦ କରି ଦିଆଯାଇଥିଲା । 

ଅଗ୍ନି ଓ ଜରୁରୀକାଳୀନ ସେବାର ଅଧିକାରୀ ସୁଜିତ ବୋସ କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୪ ଜଣ ଦମକଳ ବାହିନୀର କର୍ମଚାରୀ ଥିଲେ ବୋଲି କୁହାଯାଉଛି ।  କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି ।  

Leave a Reply

Your email address will not be published. Required fields are marked *