ଯୁବତୀଙ୍କ ସହ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣାର ୩ ଅଭିଯୁକ୍ତ ଗିରଫ-

ଯୁବତୀଙ୍କ ସହ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣାର ୩ ଅଭିଯୁକ୍ତ ଗିରଫ-

ଉତ୍ତର ପ୍ରଦେଶରେ ଚଳନ୍ତା କାରରେ ଗଣଦୁଷ୍କର୍ମର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ୬ ମାସ ତଳର ବୋଲି କୁହାଯାଉଛି । ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ ଓ ମାଡ଼ମାରୁଛନ୍ତି । 

ଉତ୍ତର ପ୍ରଦେଶରେ ସୋସିଆଲ ମିଡିଆରେ ଚଳନ୍ତା କାରରେ ଗଣଦୁଷ୍କର୍ମର ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଯେତେବେଳେ ଜୟପୁର ପୋଲିସକୁ ମିଳିଥିଲା, ଏହାର ତଦନ୍ତ କରିଥିଲା । ଭିଡିଓରେ ମହିଳାଙ୍କ ସହିତ ଗଣଦୁଷ୍କର୍ମର ସ୍ପଷ୍ଟ ହୋଇଛି । ଜଣେ ମହିଳା ଓ ପୁରୁଷଙ୍କ ସହିତ ଅନ୍ୟମାନଙ୍କର ଶବ୍ଦ ମଧ୍ୟ ଶୁଣାଯାଉଛି । ଏଥି ସହିତ ଜଣେ ବ୍ୟକ୍ତି ମହିଳାଙ୍କୁ ମାଡ଼ ମଧ୍ୟ ମାରୁଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସର ଟିମ କାମ କରୁଛି । 

ପୀଡ଼ିତା ଉତ୍ତର ପ୍ରଦେଶର ନିବାସୀ । କିନ୍ତୁ ପୋଲିସ ତାଙ୍କୁ ଜୟପୁର ନେଇ ମାନସରୋବର ଥାନାରେ ଏତଲା କରାଇ ମାମଲା ରୁଜୁ କରିଛି । ପୀଡ଼ିତା କହିଛନ୍ତି ଯେ, ସେ ୨୦୨୦ ଅକ୍ଟୋବର ୧୯ରେ ନ୍ୟୁ ସାଙ୍ଗାନେର ରୋଡସ୍ଥିତ ସାଈକୃପା ହେଟେଲରେ ରହିଥିଲେ । ଏହି ସମୟରେ ମହିଳାଙ୍କୁ ଜାଣିଥିବା ସଂଜୁ ବଂଗାଲୀ ନାମରେ ଜଣେ ବ୍ୟକ୍ତି ଟଙ୍କା ଲୋଭ ଦେଖାଇ ଜଣେ ଯୁବକଙ୍କ ସହିତ ପଠାଇ ଦେଇଥିଲା । ସେହି ଯୁବକ ଜଣକ ମହିଳାଙ୍କୁ କାରରେ ବସାଇ ନେଇଯାଇଥିଲା । କାରରେ ପୂର୍ବରୁ ୪ ଜଣ ବସିଥିଲେ । କାରରେ ବସିଥିବା ଯୁବକମାନେ ମହିଳାଙ୍କ ଠାରୁ ପ୍ରଥମେ ମୋବାଇଲ ନେଇଯାଇଥିଲେ । ଏହା ପରେ ଏକ ନିର୍ଜନ ସ୍ଥାନକୁ ନେଇ ୨ ଜଣ ଦୁଷ୍କର୍ମ କରିଥିଲେ । କାରରେ ଥିବା ଅନ୍ୟମାନେ ଭିଡିଓ ପ୍ରସ୍ତୁତ କରିଥିଲେ । କିଛି ସମୟ ପରେ ଆଉ ଏକ କାର ଘଟଣାସ୍ଥଳକୁ ପହଂଚିଥିଲା, ଯେଉଁଥିରେ ୨ ଜଣ ଯୁବକ ଥିଲେ । ସେମାନେ ମଧ୍ୟ ଦୁଷ୍କର୍ମ କରିଥିଲେ । ପୂରା ଘଟଣା ସହିତ ୧୨ ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । 

Leave a Reply

Your email address will not be published. Required fields are marked *