ମହିଳା କର୍ମଚାରୀଙ୍କୁ କର୍ଣ୍ଣାଟକ ସରକାରଙ୍କ ବଡ଼ ଉପହାର, ଶିଶୁର ଯତ୍ନ ଲାଗି ଦେଲେ ୬ ମାସ ଛୁଟି-

ମହିଳା କର୍ମଚାରୀଙ୍କୁ କର୍ଣ୍ଣାଟକ ସରକାରଙ୍କ ବଡ଼ ଉପହାର, ଶିଶୁର ଯତ୍ନ ଲାଗି ଦେଲେ ୬ ମାସ ଛୁଟି-

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ଶିଶୁଙ୍କ ଯତ୍ନ ନେବା ପାଇଁ ବଡ଼ ଉପହାର ଦେଇଛି । ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ଶିଶୁଙ୍କ ଯତ୍ନ ପାଇଁ ୬ ମାସ ଛୁଟି ଦେବାକୁ ଘୋଷଣା କରିଛି । ବିଧାନସଭାରେ ୨୦୨୧-୨୨ ଲାଗି ବଜେଟ ଉପସ୍ଥାପନ କରିବା ଅବସରରେ କର୍ଣ୍ଣାଟକ ସରକାର ଏହା ଘୋଷଣା କରିଛନ୍ତି । 

ମୁଖ୍ୟମନ୍ତ୍ରୀ ଶ୍ରୀ ୟେଦିୟୁରପ୍ପା କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲା କେନ୍ଦ୍ରସ୍ଥିତ ୨ଟି ମୁଖ୍ୟ ସରକାରୀ କାର୍ଯ୍ୟାଳୟରେ ଶିଶୁଙ୍କ ଯତ୍ନ ପାଇଁ ପାଳନ ଘର ଖୋଲାଯିବ । ଏଥି ସହିତ ମହିଳା କେନ୍ଦ୍ରିତ କାର୍ଯ୍ୟକ୍ରମ ଲାଗି ୩୭ ହଜାର ୧୮୮ କୋଟି ଟଙ୍କା ଅନୁଦାଦ ଦେବାକୁ ଘୋଷଣା କରିଛନ୍ତି । 

ରାଜ୍ୟ ସରକାର ମହିଳା କର୍ମଚାରୀଙ୍କୁ ମାତୃତ୍ୱକାଳୀନ ଛୁଟି ସହିତ ୬ ମାସ ଶିଶୁର ଯତ୍ନ ପାଇଁ ଛୁଟିଦେବେ । ସେ କହିଛନ୍ତି ଯେ, ଆମର ପ୍ରଶାସନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛନ୍ତି ମହିଳା । ସୂଚନାଯୋଗ୍ୟ, ୬ ମାସର ମାତୃତ୍ୱ ଅବକାଶ (ଛୁଟି) ଦେବା ବ୍ୟବସ୍ଥା ପୂର୍ବରୁ ମଧ୍ୟ ରହିଛି । 

Leave a Reply

Your email address will not be published. Required fields are marked *