୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କନ୍ଧ ନୟାଗଡ ବାଇପାସ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଏକ ବୁଲେଟ୍ ଉପରେ ଏକ ହାଇୱା ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥରେ ରାସ୍ତା କାମ ଚାଲୁ ରହିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ଏହି ଦୂର୍ଘଟଣା ଘଟିଛି । ଏହି ରାସ୍ତାରେ ଏକ ହମ୍ପସ୍ ନିକଟରେ ଏକ ବୁଲେଟ୍ ହଠାତ୍ ବ୍ରେକ୍ ମାରିଥିଲା ଓ ଅନ୍ୟପଟେ ପଛପଟୁ ଆସୁଥିବା ଏକ ହାଇୱା ମଧ୍ୟ ନିୟନ୍ତ୍ରଣ ହରାଇ ପଛପଟୁ ଧକ୍କା ଦେଇଥିଲା ଯାହା ଫଳରେ ବୁଲେଟ୍ ଯାଉଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହାହାତ ହୋଇଥିବା ଜଣା ପଡିଛି ।

ଦୂର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ହାଇୱା ଡ୍ରାଇଭରକୁ ଅଟକ ରଖିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *