ଶିମିଳିପାଳ ଜଙ୍ଗଲ ଜଳିବା ଖବର ବିଚଳିତ କରିଥିବାବେଳେ ଆଜି ସେଠାରେ କୁଆପଥର ବର୍ଷା ହୋଇ ସମସ୍ତଙ୍କୁ ଆଶ୍ବସ୍ତି କରିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ଆଜି କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା ଫଳରେ ଶିମିଳିପାଳ ନିଆଁ ହ୍ରାସ ହେବା ନେଇ ଆଶା ଦେଖାଦେଇଛି ।
ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଶିମିଳିପାଳ ଜଙ୍ଗଲ ନିଆଁରେ ଜଳୁଥିଲା । ନିଆଁକୁ ଆୟତ୍ତାଧୀନ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।
