ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –

ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –

ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ମାନସ କରିଥିବା ବାଲୁକା କଳା ମାଧ୍ୟମରେ କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ ମୁଦ୍ରାରେ ଥିବା ଦେଖିବାକୁ ମିଳିଛି । ନିକଟରେ ଏକ ଲିଙ୍ଗ ମଧ୍ୟ ରହିଛି । ଏଥିରେ ମହାଶିବରାତ୍ରୀର ଶୁଭେଚ୍ଛା ଲେଖାଯିବା ସହ ହେ ପ୍ରଭୁ ଆମକୁ ଏଇ ମହାମାରୀ କରୋନାରୁ ରକ୍ଷା କରିବା ନିମନ୍ତେ ଗୁହାରି କରାଯାଇଛି । ଏହି ବାଲୁକା କଳାଟି ୧୫ ଫୁଟ୍ ଚଉଡାର ହୋଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୫ କ୍ୱିଣ୍ଟାଲ ବାଲି ଲାଗିଛି । ବେଳାଭୂମିରେ ନିର୍ମାଣ ହୋଇଥିବା ଏହି ବାଲୁକା କଳା ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗୁଛି ।

Leave a Reply

Your email address will not be published. Required fields are marked *